ଶେରଗଡ ବିଜେପିର ପ୍ରତିଷ୍ଠା ଦିବସ ପାଳନ
ଶେରଗଡ (ୱାଇଏନ୍ଏସ୍): ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଛି ଧବଳପୁରର ସଞ୍ଜୟ ପ୍ରଧାନ ଓ ଅଲାରୀ ଗଡ଼ର ଜୟଦେବ ନେଜା ଙ୍କ ନେତୃତ୍ୱରେ ଆଜି ଧବଳ ପୁର ପଞ୍ଚାୟତ ର ଅଣ୍ଡରାସିଂହ ଗ୍ରାମ ରେ ପାଳିତ ହୋଇଥିଲା।ଏହା ସହ ଆଗାମୀ ଦିନରେ ଦଳ କେମିତି ସୁଦୃଢ ହେବ ଯୁବ ଓ ଛାତ୍ର ବର୍ଗ ସଂଙ୍ଗଠନ ରେ କେମିତି ସାମିଲ ହେବେ ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ମଣ୍ଡଳ ସଭାପତି ପଞ୍ଚାନନ ଡାକୁଆ,ଜୟରାମ ସ୍ୱାଇଁ,ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଙ୍କ ସହ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ଶେଷ ରେ ଜିତେନ୍ଦ୍ର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


