ବିଦ୍ୟୁତ କର୍ମଚାରୀଙ୍କ ଫେଡେରେସନ ର ପରିବର୍ତ୍ତିତ କାର୍ଯ୍ୟକାରିଣୀ ସମସ୍ୟା
ବରଗଡ ,(ଯୁଗାବ୍ଦ ନ୍ୟୁଜ୍): ହିରା ଜିଡିପି କର୍ମଚାରୀ ସଂଘ କାର୍ଯର୍୍ୟାଳୟ ସଂଘ ରାଜ୍ୟ ବିଦ୍ରୁ୍ୟତ୍ ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକ କମ୍ରେଡ ସି .ଭି .ଏନ୍ ରାଓଙ୍କ ସଭାପତିତ୍ୱରେ ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସାଧାରଣ ସଂପାଦକ ଯତେନ୍ଦ୍ର କୁମାର ରାୟ ପ୍ରାରମ୍ଭିକ ବିବରଣୀ ପାଠ କରିବା ସହ ଦରମାରେ ତାରତମ୍ୟ କଥା କହିଥିଲେ । ଅସ୍ଥାୟୀ କର୍ମ ଚାରୀ ମାନଙ୍କୁ ସ୍ଥାୟୀ କରିବା ପାଇଁ ଦାବି କରିଛନ୍ତି । ଏହା ସହ ୨୦ ଭାଗ ୱେଜ୍ ବୋର୍ଡ ବକେୟା ପ୍ରଦାନ ଉପରେ ଆଲୋକପାତ କରିଥିଲେ । ଏଥିରେ କମ୍ରେଡ ରାମକୃର୍ଷ୍ଣ ପଣ୍ଡା ,କମ୍ରେଡ ନିରଞ୍ଜନ ପାଣିଗ୍ରାହି,ଦୁର୍ଗା ପ୍ରସାଦ ମିଶ୍ର ,ଭରତ ଚନ୍ଦ୍ର ସେଠୀ ,ରାଜକିଶୋର ପଟ୍ଟନାୟକ ,ଭ୍ରମରବର ରାଉତ ,ଆକୁଳ ଚନ୍ଦ୍ର ନାଥ ,ସତ୍ୟବାଦୀ ବାଘ ,ସୁକଦେବ ରାଉତ,ବିଭୁତି ଭୂଷଣ ମହାନ୍ତି ,ପ୍ରମୋଦ କୁମାର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେବା ସହ ସରକାର ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ କାର୍ଯ୍ୟଶ÷ଳିର ତିବ୍ର ସମାଲୋଚନା କରିଥିଲେ ।ଠିକା ଶ୍ରମିକ ମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବା ସହ ପେନସନ ପାଉନଥିବା ଶ୍ରମିକ ମାନଙ୍କୁ ପେନସନର ସୁବିଧା କରିବା ପାଇଁ ଦାବି କରିଛନ୍ତି ।ଏହା ସହ ବିଦ୍ୟୁତ କମ୍ପାନୀ ମାନଙ୍କର ମନମୁଖୀ କାର୍ଯ୍ୟ ଚଳିବ ନାହିଁ ବୋଲି କହିଛନ୍ତି । ଏହା ସହ ଅପ୍ରେଲ ମାସ ଠାରୁ ନୂତନ ଦରମା ଉପୁଜିଥିବା ସମସ୍ୟା ଉପରେ ଆପୋଷ ବିଝାମଣା ନକରିଲେ ଧର୍ମଘଟ ଭଳି ଚରମ ପନ୍ଥା ଅବଳମ୍ବନ କରାଯିବ ବୋଲି ସଂଘର ସାଧାରଣ ସଂପାଦକ ଶ୍ରୀ ରାୟ ଚେତାବନି ଦେଇଛନ୍ତି ।