ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ୍ୟୁ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ପ୍ରେମ ନଗର ମୁଖ୍ୟ ରାସ୍ତା ରେ ଅଘଟଣ । ଵ୍ରହ୍ମପୁର ସାଇକେଲ ମାର୍ଟ ର ସାଇକେଲ ବୋଝେଇ ଟ୍ରକ ଆଜି ସକାଳ ୭ ଟା ରେ ଅନଲୋଡ଼ କରିବା ପାଇଁ ପ୍ରେମ ନଗର ଛକରେ ଛିଡା ହୋଇ ସାଇକେଲ ଅନଲୋଡ଼ କରୁଥିଲା । ଏହି ସମୟରେ ଵ୍ରହ୍ମପୁର ସାଇକେଲ ମାର୍ଟ ର ଜଣେ କର୍ମଚାରୀ ରାହୁଲ ପତି ଟ୍ରକ ଉପରକୁ ଯାଇ ସାଇକେଲ ଓଲ୍ହାଉ ଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ଗୋପାଳ ଙ୍କ ଘର ପୁରୁଣା ଵ୍ରହ୍ମପୁର ଅଂଚଳର । ବର୍ତ୍ତମାନ ତାଙ୍କୁ ବଡ଼ମେଡିକଲ ନିଆଯାଇଛି । ବିଦ୍ୟୁତ ବିଭାଗର ଖାମ ଖିଆଲ ନୀତି, ଵ୍ରହ୍ମପୁର ସାଇକେଲ ମାର୍ଟ ମାଲିକଙ୍କ ବେପାରୁଆ ମନୋଭାବ ଏବଂ ଟ୍ରକ ଡ୍ରାଇଭର ଙ୍କ ଅପାଠୁଆ ବୁଦ୍ଧି ଯୋଗୁଁ ଏକ ପରିବାର ସର୍ବସ୍ୱନ୍ତ ହୋଇଯାଇଛି । ତୁରନ୍ତ ଉକ୍ତ ପରିବାରକୁ କ୍ଷତିପୁରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।