ବିଧବା ଭତ୍ତାରୁ ବଂଚିତ କୋଭିଡ୍ ମୃତକଙ୍କ ପତ୍ନୀ
ଭଦ୍ରକ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା ଗ୍ରାମର ସ୍ୱର୍ଗତ ରାଜ କୁମାର ମହାପାତ୍ରଙ୍କ ପତ୍ନୀ ବବିତା ମହାପାତ୍ର ବିଧବା ଭତ୍ତାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ହେବ ସେ ବିଧବା ଭତ୍ତା ପାଇଁ ଅନଲାଇନରେ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳୁନାହିଁ । କୋଭିଡରେ ସ୍ୱାମୀଙ୍କ ମୃତ୍ୟୁ ବରଣ ପରେ ସେ ଏବେ ଅସହାୟ ହୋଇପଡିଛନ୍ତି । ୯ ବର୍ଷର ବାପ ଛେଉଣ୍ଡ ଝିଅକୁ ନେଇ କିପରି ସେ ବଂଚିବେ ତାହା ଏବେ ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ତୁରନ୍ତ ବିଧବା ଭତ୍ତା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।