ବିଧାୟକଙ୍କ ନଦୀ ବନ୍ଧ ରାସ୍ତା ପରିଦର୍ଶନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଏରେଡା-ଗଳଦାରି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଯାହାଫଳରେ ଉକ୍ତ ରାସ୍ତା ଦେଇ ଯିବ ଆସିବା ସମ୍ଭବ ହୋଇପାରୁନାହିଁ । ଉକ୍ତ ରାସ୍ତାକୁ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଶନିବାର ପରିଦର୍ଶନରେ ଆସି ରାସ୍ତାର ଅବସ୍ଥା ବୁଲି ଦେଖିଥିଲେ । ରାସ୍ତାଟି ଦେବୀ ନଦୀ ପାଶ୍ୱର୍ରେ ଅବସ୍ଥିତ ହୋଇଥିବା ବେଳେ ନଦୀରେ ଥିବା ବାଲି ଘାଟ ଗୁଡିକରୁ ପ୍ରତ୍ୟେହ ଏହି ରାସ୍ତା ଦେଇ ବାଲି ପରିବହନ କରାଯାଉଛି । ବର୍ଷା ଦିନେ ଭାରିଯାନ ଯିବା ଆସିବା କରିବା ଫଳରେ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଛି । ରାସ୍ତାଟି ପୂର୍ତ ବିଭାଗ ଅଧିନରେ ଥିବା ବେଳେ ରାସ୍ତା କାର୍ଯ୍ୟ ପାଇଁ ଟେଣ୍ଡର କରାଯାଇଥିଲା । ଜଣେ ମାତ୍ର ଟେଣ୍ଡରରେ ସାମିଲ ହୋଇଥିବାରୁ ଟେଣ୍ଡରକୁ ବାତିଲ କରାଯାଇଛି । ତେଣୁ ଉକ୍ତ ରାସ୍ତାକୁ ପୁନର୍ବାର ବିଭାଗ ପକ୍ଷରୁ ଟେଣ୍ଡର କରାଯିବ । ଟେଣ୍ଡର ହେବା ପର୍ଯ୍ୟନ୍ତ ଯଥା ଶୀଘ୍ର ଏହି ରାସ୍ତାକୁ ମରାମତି କରିବା ପାଇଁ ବିଭାଗୀୟ ଏସଡିଓଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ଏହି ରାସ୍ତା ଦେଇ ଗଳଦାରୀ ପଂଚାୟତ ସମେତ ନିଆଳି ବ୍ଳକର ତିହୁଡି ଆଦି ସ୍ଥାନକୁ ଯିବା ଆସିବା କରିବା ସୁବିଧା ଜନକ ଅଟେ । ବିଧାୟକଙ୍କ ସମେତ ସାମାଜିକ କର୍ମୀ ତଥା ଯୁବ ନେତା ପ୍ରଦୀପ୍ତ ସ୍ୱାଇଁ, ପୂର୍ତ ବିଭାଗର ଏସଡିଓ ଅଭିଷେକ ସେଠୀ ଆଦି ଉପସ୍ଥିତ ଥିଲେ ।