ବିଧାୟକଙ୍କ ବିଭିନ୍ନ ପଂଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
ନାଉଗାଁ (ଓ୍ବାଇଏନ୍ଏସ୍) : ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ନିଜ ଅଂଚଳକୁ ଫେରିବା ପାଇଁ ବ୍ୟଗ୍ର ଥିବାରୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆଣିବା ପାଇଁ ପଂଜିକରଣ ପକ୍ରିୟା ଚାଲିଛି । ସେମାନେ ଆସିବା ପରେ ୧୪ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକର ୧୬ଟି ପଂଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ଚାଲିଛି । ଏଥିମଧ୍ୟରୁ ସୋମବାର ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ନାଉଗାଁ ପଂଚାୟତ, ଘୋଡାଂଶ, ବଛାଳୋ, ବାଂଶ, ଡେରିକି, କୋରୁଅ ଆଦି ୬ଟି ପଂଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ । ତାଙ୍କ ସହିତ ନାଉଗାଁ ପଂଚାୟତ ସମିିତି ଅଧ୍ୟକ୍ଷ ଜଗନ୍ନାଥ ଦାସ,ବିଡିଓ ରଶ୍ମୀରେଖା ମଲ୍ଲିକ, ବ୍ଲକ ସହାୟକ ଯନ୍ତ୍ରୀ କୈଳାଶ ଚନ୍ଦ୍ର ବେହେରା, କନିଷ୍ଠ ଯନ୍ତ୍ରୀ ସାରଦା ପ୍ରସନ୍ନ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ସରୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।