ବିଧାୟକ ଧ୍ରୁବ ବାତ୍ୟା ବିପନ୍ନଙ୍କ ପାଇଁ ଦେବଦୂତ ସାଜିଲେ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଅମ୍ଫାନ ବାତ୍ୟା ପ୍ରକୋପରୁ ରାଜନଗରବାସୀଙ୍କୁ ରକ୍ଷା କରିବା ପାଇଁ ଓ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଦେବଦୂତ ଭଳି କାର୍ଯ୍ୟ କରି ସାରା ଜିଲ୍ଲାରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ରାଜନଗବ୍ୱ୍କର ବିଭିନ୍ନ ସାମୁଦ୍ରିକ ଅଚଂଳରୁ ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଆଣିବାରେ ବିଧାୟକ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲେ । ଏଥିସହିତ ରାତି ଅନିଦ୍ରା ହୋଇ ରାଜନଗର ବ୍ଲକ ଅଚଂଳର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ବୁଲି ବୁଲି ସେଠାରେ ଆଶ୍ରୟ ନେଇଥିବା ବିପନ୍ନମାନଙ୍କୁ ଶୁଖିଲାଖାଦ୍ୟ ବଂଟନ କରିଥିଲେ । ଅତ୍ୟନ୍ତ ବିପଦପୂର୍ଣ୍ଣ ରାସ୍ତାରେ ଆଣ୍ଠୁଏରୁ ଜଙ୍ଘେ ପର୍ଯ୍ୟନ୍ତ ପାଣିଭିତରେ ପଶି ବିଧାୟକ ଆଶ୍ରୟସ୍ଥଳ ପାଖକୁ ଯାଇ ଏବଂ କେଉଁଠି କେଉଁଠି ପାଣି ଘେର ଭିତରେ ଥିବା ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ଭଲମନ୍ଦ ବୁଝିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଖାଲି ଏତିକି ନିହେଁ ବାତ୍ୟା ପରଦିନ ସକାଳୁ କେତେକ ଯୁବକଙ୍କୁ ସାଙ୍ଗରେ ଧରି ରାସ୍ତା ଉପରେ ପଡିଥିବା ଗଛ ଗୁଡିକୁ କାଟିବାକୁ ବାହାରି ପଡିଥିଲେ । ନିଜେ ରାସ୍ତା ଉପରେ ପଡିଥିବା ବଡ ବଡ ଗଛ ଗୁଡିକୁ କାଟି ରାସ୍ତା ସଫା କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଥିଲେ ବିଧାୟକ ସାହୁ । ରାସ୍ତା ସଫା କାର୍ଯ୍ୟ ସାରି ପୁଣି ବାହାରି ଯାଇଥିଲେ ରାଜନଗର ବ୍ଲକ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଚଂଳର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳିକୁ ସାଙ୍ଗରେ ଶୁଖିଲା ଖାଦ୍ୟ ପୁଡିଆ ନେଇ । ବାତ୍ୟା ଆଶ୍ରୟସ୍ଥଳିରେ ଥିବା ସେହି ଲୋକମାନଙ୍କ ମୁହଁରେ ହସ ଫୁଟାଇଥିଲେ ବିଧାୟକ ସେମାନଙ୍କୁ ଖାଦ୍ୟ ପ୍ରଦାନ କରି । ଦୁଃଖ ଓ ଦୁର୍ଦ୍ଦିନରେ ଲୋକମାନଙ୍କ ସହିତ ରହି ସେ ପ୍ରମାଣ କରିଦେଇଥିଲେ ଯେ ଦୁର୍ଦ୍ଦିନର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି । ବାତ୍ୟା ପୂର୍ବରୁ କରୋନା ମହାମାରୀ ସହିତ ଲଢି ଲୋକମାନଙ୍କୁ ସଚେତନ କରାଇବା ସହିତ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ ଆବଶ୍ୟକ ପଦକ୍ଷେପ ନେଉଥିଲେ । ଜନତାଙ୍କ ପାଇଁ କରୋନା ଯୋଦ୍ଧା ପାଲଟିଥିବା ବିଧାୟକ ଅମ୍ଫାନ ବାତ୍ୟାରେ ମଧ୍ୟ ଏକ ଯୋଦ୍ଧାର ଭୂମିକା ନିର୍ବାହ କରି ନିଷ୍ଠାପର ଭାବରେ ଲୋକମାନଙ୍କ ସେବା କରିବାକୁ ଭୁଲିନଥିଲେ । ଜନତାଙ୍କ ପାଇଁ ପ୍ରକୃତରେ ଦେବଦୂତ ସାଜିଥିଲେ । କେବଳ ସାରା ରାଜନଗରରେ ନୁହେଁ ସାରା ଜିଲ୍ଲାରେ ଏବେ ବିଧାୟକ ସାହୁଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି ।


