ବିଧାୟକ ହେଲେ ଜିଲା ଭାଜପା ସଭାପତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଭାଜପାର ସଭାପତି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କୁ ରାଜ୍ୟ ଭାଜପା ପକ୍ଷରୁ ମନୋନୀତ କରାଯାଇଛି । ଏଥି ଯୋଗୁଁ ପାରଳା ବିଧାୟକଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ସେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିଲେ । ପାରଳାଖେମୁଣ୍ଡି ବିଧାୟକ ଭାବେ ଭାଜପା ଦଳ ଟିକେଟରେ ଲଢି ନିର୍ବାଚିତ ହୋଇଥିଲେ । ତାଙ୍କ ନତୃତ୍ୱକୁ ସମର୍ଥନ ଜଣାଇ ସେତେବେଳେ ବହୁ ବିଜେଡି କର୍ମୀ ଓ ନେତା ଭାଜପାରେ ସାମିଲ ହୋଇଥିଲେ । ତାଙ୍କୁ ରାଜ୍ୟ ଭାଜପା ପୂର୍ଣ୍ଣ ଆସ୍ଥା ପ୍ରକଟକରି ଜିଲା ସଭାପତି ଭାବେ ମନୋନୀତ କରିଛନ୍ତି । ଜିଲ୍ଲା ସଭାପତି ଭାବେ ନିଜୁକ୍ତି ପାଇ ଶ୍ରୀ ରାଓ କହିଛନ୍ତି, ଆଗାମୀ ଦିନରେ ଭାଜପା ସଂଗଠନକୁ ଜିଲା ବ୍ୟାପୀ ଆହୁରି ସଦୃଢ କରିବେ । ଭାଜପାର ଆଦର୍ଶ ଓ ମୋଦୀ ସରକାରଙ୍କ ଲୋକହିତକର ଏବଂ ବିକାଶମୁଖୀ କାର୍ଯ୍ୟକ୍ରମକୁ ମୁଖ୍ୟ ଆୟୁଧ କରି ଗଜପତି ଜିଲ୍ଲାରେ ଭାଜପାକୁ ଏକ ନମ୍ବର ଦଳ ଭାବେ ଗଠନ କରିବେ । ଭାଜପା ଦଳର ଶହଶହ କର୍ମୀ ଓ ନେତାଙ୍କ ସହ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅନିତା ବେହେରା,ବରିଷ୍ଠ ବିଜେପି ଲେତା ବାବୁଲା ପଟ୍ଟନାୟକ,ଜଗା ମହାପାତ୍ର,ପି.କ୍ରୀଷ୍ଣା,ସି.ଏଚ.ସୀମାଦ୍ରି ପ୍ରମୁଖ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ନବ ନିର୍ବାଚିତ ସଭାପତି ଶ୍ରୀ ରାଓଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।


