ବିନା ଭକ୍ତ ରେ ମନ୍ଦିର ଭିତରେ ପାଳନ ହେଲା ରଥଯାତ୍ରା

ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା କୁ ଦୃଷ୍ଟି ରେ ରଖି ତଥା ଭକ୍ତଙ୍କ ଆବେଗ କୁ ବୁଝି କେବଳ ପୁରି ହିଁ ବିନା ଭକ୍ତରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶଦେଇଛନ୍ତି । ଏଣୁ ମାନ୍ୟବର ସୁପ୍ରିମକୋର୍ଟକୁ ସମ୍ମାନ ଜଣାଇ ଗଂଜାମ ଜିଲ୍ଲାରେ କେବଳ ମନ୍ଦିର ପରିସରରେ ମନ୍ଦିର କମିଟି ଏବଂ ପୂଜକ ରହି ପ୍ରଭୂ ଶ୍ରୀ ଜଗତରନାଥ ଜଗନ୍ନାଥଙ୍କ ରିତିନୀତି ନୀୟମ ଅନୁସାରେ କରିବାକୁ ଗଂଜାମ ଜିଲ୍ଲାପାଳ ଜଲ୍ଲାବାସୀ ଓ ଜିଲ୍ଲାର ମନ୍ଦିର କମିଟି ମାନଙ୍କୁ ଅନୁରୋଧ କରିଥିଲେ ।ଏନେଇ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଓ ଆଖପାଖ ଅଂଚଳର ସମସ୍ତ ଜଗନ୍ନାଥ ମନ୍ଦିର କମିଟିଙ୍କୁ ନେଇଗତ ୧୭ ତାରିଖ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଏକ ବୈଠକ କରିଥିଲେ । ଏହି ବୈଠକରେ ରଥଯାତ୍ରା ନ କରି ମନ୍ଦିର ଭିତରେ ମହାପ୍ରଭୁଙ୍କ ରିତିନିତି ପାଳନ କରିବା ପାଇଁ ତହସିଲଦାର ସମସ୍ତ କମିଟିଙ୍କୁ ସୁଚନା ଦେଇଥିଲେ ।ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ ଏବଂ କରୋନା ଭୂତାଣୁ କିପରି ଲୋକମାନଙ୍କୁ ସଂକ୍ରମଣ ନହେବ ସେଥିସକାଶେ ଆଜି ଛତ୍ରପୁର ସହରର ତାଡାପଲ୍ଲି ସାହି ସ୍ଥିତ ରଜାଘର ଜଗନ୍ନାଥ ମନ୍ଦିର ପରିସରରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ରିତିନିତୀ ପ୍ରକାରେ ପୁଜାର୍ଚ୍ଚନା କରାଯାଇ ମହାପ୍ରଭୁଙ୍କ ଆଳତୀ କରାଯାଇଥିଲା । ସକାଳ ୯ ଟାରେ ମହାପ୍ରଭୁଙ୍କୁ ପହଣ୍ଡି କରାଯାଇ ମନ୍ଦିର ଭିତରେ ଏକ ଅସ୍ଥାୟୀ ରଥ ନିର୍ମାଣ କରାଯାଇ ସେଠାରେ ବିଧୀ ବିଧାନ ଅନୁସାରେ ଚତର୍ଦ୍ଧାମୁର୍ତ୍ତିଙ୍କୁ ଉପବେସନ କରାଯାଇଥିଲା । ଜିଲ୍ଲା ପଶାସନ ର ନିର୍ଦ୍ଦେଶ କ୍ରମେ ମନ୍ଦିର ପରିସରକୁ ଭକ୍ତଙ୍କ ପ୍ରବେଶ କୁ ବାରଣ କରାଯାଇଥିବା ବେଳେ କେବଳ କିଛି ସେବାୟତଙ୍କୁ ନେଇ ରଥଯାତ୍ରା ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରାରମ୍ଭରେ ପୂଜକ ରାଜେନ୍ଦ୍ର ଶତପଥୀଙ୍କ ପୌରାହିତ୍ୟରେ ଅସ୍ଥାୟୀ ରଥ ରେ ଲାଗିଥିବା ସାରଥୀ ଓ ଦଧି ନଉତି ର ପୂଜାର୍ଚ୍ଚନା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଆଦିକନ୍ଦ ପାଣିଗ୍ରାହୀ,ସୁଧୀର କାନ୍ତ ରଥ, ଦାସରଥୀ ନେପାକ,ରମେଶ ଚନ୍ଦ୍ର ଚୈାଧୁରୀ,ଅସିତ୍ କୁମାର ପଟ୍ଟନାୟକ,ସୁଶାନ୍ତ ସାବତ,ଏନ୍ ପ୍ରଭାକର ରାଓ,ଜଗଦିଶ ରାଓ,ଭାଗବତ ପ୍ରସାଦ ମହାପାତ୍ର,ଭୁବନେଶ୍ୱର ପାତ୍ର,କୃଷ୍ଣ ଚନ୍ଦ୍ର ସାହୁ,ନୀଳକଣ୍ଠ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।ସେହିପରି ଛତ୍ରପୁର ସହର ସ୍ଥିତ ରେଡ୍ଡି ସାହି ଜଗନ୍ନାତ ମନ୍ଦିର ଓ ଦାସିରୀ ଜଗନ୍ନାଥ ମନ୍ଦିର ପରିସରରେ ରଥଯାତ୍ରା ପାଳନ କରାଯାଇଥିଲା ।ସନ୍ଧ୍ୟାରେ ବହୁ ମହିଳା ଭକ୍ତ ମାନେ ମହାପ୍ରଭୂଙ୍କୁ ଦର୍ଶନ କରିବା ନିମନ୍ତେ ଆସିଥିବା ବେଳେ ମନ୍ଦିର କୁ ପ୍ରବେଶ ନିଷେଧ ଥିବାରୁ ମନ୍ଦିର ବାହାରୁ ଭକ୍ତମାନେ ମୁଣ୍ଡିଆ ମାରି ଚାଲିଯାଇଥିଲେ । ଗତ କିଛି ମାସ ହେଲା ଏହି କରୋନା ଭୂତାଣୂ ଯୋଗୁଁ ଭକ୍ତ ଭଗବାନଙ୍କ ଠାରୁ ଦୂରେଇ ରହିଆସୁଥିବା ବେଳେ ଆଜି ପବିତ୍ର ରଥ ଯାତ୍ରାରେ ମଧ୍ୟ ଭକ୍ତ ମାନେ ମହାପ୍ରଭୂଙ୍କୁ ପାଖରେ ନଦେଖି ନିରାଶ ହୋଇଥିଲେ । ଜିଲ୍ଲାରେ ମଧ୍ୟ ପୂର୍ବରୁ ମା ତାରାତାରିଣୀଙ୍କ ଯାତ୍ରାଙ୍କୁ ମଧ୍ୟ ଭକ୍ତ ମାନଙ୍କୁ ବାରଣ କରାଯାଇ କେବଳ ରିତିନୀତି ନୀୟମ ଅନୁସାରେ ପୂଜକ ଓ କମିଟି ସଭ୍ୟ ମାନେ ରହି ପୂଜା କରିଥିଲେ । ସେହିପରି ଦଣ୍ଡନାଚ ଓ ବିଭିନ୍ନ ଯାନିଯାତ୍ରା ମଧ୍ୟ ବନ୍ଦ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ