ବିପଦ ସଙ୍କୁଳ ଅବସ୍ଥାରେ ସୌଭାଗ୍ୟ ଯୋଜନା ଟ୍ରାନ୍ସଫର୍ମର

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଲକ ଗଣିଜାଙ୍ଗ କୋରଣ୍ଟ ଭାୟା ରାମକୃଷ୍ଣପୁର ଆର.ଡି.ରାସ୍ତାର ଗଣିଜାଙ୍ଗ ଗ୍ରାମ ପଞ୍ଚାୟତ ଅଧିନ ନାରାୟଣପୁର ନିକଟରେ ଗ୍ରାମ୍ୟ ଉନ୍ନୟନ ରାସ୍ତାର କପାଳୀ ନଦୀ ପାଶ୍ୱର୍ରେ ପ୍ରୋଟେକ୍‌ସନ ୱାଲ ନିର୍ମାଣ କରାଯାଇଥିଲା । ଏହି ୱାଲ୍ ଭାଂଗି ଯିବା ଫଳରେ ନଦୀର ଅତଡା ଖସି ଭବିଷ୍ୟତରେ ଗମନାଗମନ ବାଧାପ୍ରାପ୍ତ ହେବା ସହିତ ସୌଭାଗ୍ୟ ଯୋଜନାରେ ବସାଯାଇଥିବା ଟ୍ରାନ୍ସଫର୍ମର ନଦୀକୁ ଭୁଷୁଡି ପଡିବାର ସମ୍ଭାବନା ରହିଛି । ଜିଲା ଗ୍ରାମ୍ୟ ଉନ୍ନୟନବ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନଦୀ ପାଶ୍ୱର୍ରେ ପ୍ରୋଟେକ୍‌ସନ୍ ୱାଲ୍ ନିର୍ମାଣ କରିବା ପାଇଁ ଜଗନ୍ନାଥ ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ଦାସ, ମଧୁସୂଦନ ପାଣିଗ୍ରାହୀ, ଅଶୋକ ସାହୁ, ଗଣେଶ ପ୍ରସାଦ ସାହୁ, ମଣିଭଦ୍ର ଯେନା, କୈଳାସ ଦାସ, ରାଜେନ୍ଦ୍ର ରଣା, ଉଦୟନାଥ ସେନାପତି, ଗୋପାଳ ଦାସ, ମଣିଭଦ୍ର ଯେନାଙ୍କ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ