ବିପୁଳ ପରିମାଣରେ ଗଂଜେଇ ଜବତ : ୩ ଗିରଫ, ଅଟୋ ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ପୋଲିସ ଯାନବାହାନ ଯାଂଚ କରୁଥିବା ବେଳେ ସ୍ଥାନୀୟ ଥାନା ଖଣ୍ଡରା ଛକରେ ଏକ ଯାତ୍ରୀବାହୀ ଅଟୋରୁ ୫୪ କିଲୋଗ୍ରାମ ଗଂଜେଇ ଜବତ କରିଛି । ଗଂଜେଇ ଚାଲାଣ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଏକ ଯାତ୍ରୀବାହୀ ଅଟୋକୁ ଜବତ କରିଛି । ଏ ନେଇ ହିଂଜିଳି ଥାନା ନଂ- ୯୧/୨୦ରେ ମାମଲା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ମଙ୍ଗଳବାର ରାତି ସାଢେ ୮ଟା ସମୟରେ ସ୍ଥାନୀୟ ଥାନା ଖଣ୍ଡରା ଛକ ନିକଟରେ ପୋଲିସ ପକ୍ଷରୁ ଯାନବାହାନ ଯାଂଚ କରାଯାଉଥିଲା । ଉକ୍ତ ସମୟରେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଅଟୋ (ଓଡ଼ି୦୭୦୦୩୦)କୁ ଯାଂଚ କରିବା ସମୟରେ ଅଟୋ ମଧ୍ୟରୁ ୫୪ କିଲୋଗ୍ରାମ ଗଂଜେଇ ଥିବା ଦେଖିବାକୁ ମିଳିଥିଲା । ଅଟୋ ସହ ଗଂଜେଇକୁ ଜବତ କରିବା ସହ ଚାଲାଣ କରୁଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ମାନେ ହେଲେ ଆସିକା ଅଂଚଳର ବୁଲୁ କୁମାର ପ୍ରଧାନ, ଏ. ସିମାଂଚଳ ପାତ୍ର ଓ ବଡ଼ଗଡ଼ ଥାନା ରୁଗୁମା ଗ୍ରାମର ବନମାଳି ସ୍ୱାଇଁ । କନ୍ଧମାଳ ଜିଲ୍ଲାରୁ କଲିକତା ଅଂଚଳକୁ ଗଂଜେଇ ଚାଲାଣ କରୁଥିବା ନେଇ ଗିରଫ ଅଭିଯୁକ୍ତ ମାନେ ପୋଲିସକୁ କହିଛନ୍ତି । ଜବତ ଗଂଜେଇର ମୂଲ୍ୟ ପ୍ରାୟ ୨ଲକ୍ଷ ୧୬ ହଜାର ଟଙ୍କା ହେବ ବୋଲି ଆଇଆଇସି ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ