ବିପୁଳ ପରିମାଣର ଚୋରା ମଦ ଜବତ ଜଣେ ଗିରଫ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ବଜାରରେ ଥିବା ଅନ୍ନପୂର୍ଣ୍ଣା ହୋଟେଲ ସହିତ ନିକଟସ୍ଥଏକ ଗୋଦାମ ଗୃହ ଉପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଜବତ ସହିତ ଅଭିଯୁକ୍ତକୁ ଗିରଫ କରାଯାଇଛି । ସୂଚନା ମୁତାବକ ଉକ୍ତ ହୋଟେଲ ସହିତ ନିକଟସ୍ଥ ଏକ ଗୋଦାମ ଗୃହରେ ଚୋରା ମଦ ଗଛିତ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସ୍ୱତନ୍ତ୍ର ସ୍ୱାର୍ଡ ସୂଚନା ପାଇଁ ନାଉଗାଁ ଥାନା ଏଏସଆଇ ଅଶୋକ କୁମାର ମହାନ୍ତିଙ୍କ ସହାୟତାରେ ଚଢାଉ କରିଥିଲେ । ଚଢାଉ ସମୟରେ ୫୨ ଲିଟର ୬୬୫ ମିଲି ଲିଟର ବିଦେଶୀ ଓ ଦେଶୀ ଚୋରା ମଦ ଜବତ କରାଯାଇଥିବା ବେଳେ ଚୋରା ମଦ ବେପାରୀ ସଂଜୀବ କୁମାର ସାହୁ ଙ୍କୁ ଗିରଫ କରାଯାଇଛି । ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଆଇଆଇସି ଭରତ କୁମାର ବେହେରା ସୂଚନା ଦେଇଛନ୍ତି ।


