ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡାର ଗୈାରବ,ମହାତ୍ମାଗାନ୍ଧୀଙ୍କ ସାବରମତି ଆଶ୍ରମର ପ୍ରଥମ ଓଡିଆ ଛାତ୍ର, ଦୁଃଖିନୀ କନିକାର ରଚୟିତା,ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବି କବି ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁଷ୍ପଗୁଛ ଓ ବିପ୍ଳବୀ କବିଙ୍କ ଦ୍ୱାରା ରଚିତ “ଦୁଃଖିନୀ କନିକା” ପୁସ୍ତକ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଛି । ଏଥି ସହିତ ବିପ୍ଳବି କବି ସୂର୍ଗତ ଜେନାଙ୍କ ସ୍ମୃତିରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଓ ଆନନ୍ଦମାର୍ଗରେ ଗଛ ମରିଯାଇଥିବା ସ୍ଥାନରେ ବୃକ୍ଷ ରୋପଣ କରାଯିବା ନିମନ୍ତେ ନିବେଦନ କରାଯାଇଥିଲା । ସ୍ମୃତି କମିଟିର ସଭାପତି କବି କରୁଣାକର ଦାସ,ଉପସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ, ତାରିଣୀ ପାଟ୍ଟଯୋଶୀ, ଧିରେନ୍ଦ୍ର କୁମାର ଦାସ, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ସତ୍ୟବ୍ରତ ସିଂ, ରମଣୀରଞ୍ଜନ ରାଉତରାୟ, ଶେଷଦେବ ଦାସ ଓ ସରକାରୀ ଆଇନଜୀବି ସଞ୍ଜୟ କୁମାର ଜେନା ପ୍ରମୁଖ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ସାକ୍ଷାତକରି ପୁଷ୍ପଗୁଛ ଓ “ଦୁଃଖିନୀ କନିକା” ପୁସ୍ତକ ପ୍ରଦାନକରି ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ