ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା କ୍ରିକେଟ ଟୁର୍ଣ୍ଣମେଂଟ ଉଦଯାପିତ
କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକଏନ୍ଦା ଗ୍ରାମରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ଆନୁକୂଲ୍ୟରେ ତଥା ଗୁରୁବର୍ଦସ ମୁମ୍ବାଇ ପ୍ରଯୋଜନାରେ ସ୍ଥାନୀୟ ସରସ୍ୱତୀ ଖେଳ ପଡିଆରେ ଚାଲିଥିବା ୪୦ତମ ବିପ୍ଳବୀ ଆନନ୍ଦ ଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ରାଜକନିକା ଜରିସାହିର ସ୍ୱାମୀ ବିବେକାନନ୍ଦ କ୍ରିକେଟ କ୍ଲବ ୧ ୱିକେଟରେ ଇନ୍ଦୁପର କ୍ରିକେଟ କ୍ଳବ କେନ୍ଦ୍ରାପଡାକୁ ହରାଇ ଚମ୍ପିଅନ ହେବାର ଗୈାରବ ଅର୍ଜନ କରିଛି । ଉକ୍ତ ମ୍ୟାଚରେ ଇନ୍ଦୁପୁରୁ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୮୬ ରନ ସଂଗ୍ରହ କରିଥିଲା । ଜବାବରେ ବିବେକାନନ୍ଦ କ୍ରିକେଟ କ୍ଲବ ୧୯.୧ ଓଭର ଖେଳି ୯ୱିକେଟ ବିନିମୟରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଫାଇନାଲ ଖେଳ ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତଥି ଭାବେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ମୁଖ୍ୟବକ୍ତା ଭାବେ ଭଦ୍ରକ ଜିଲ୍ଲା ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ଦାସ ଓ ସମ୍ମାନୀତ ଅତିଥି ଭାବେ ସରକାରୀ ଓକିଲ ସଂଜୟ କୁମାର ଜେନା, ରାଜକନିକା ପଂଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ଦାସ, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ସ୍ଥାନୀୟ ସରପଂଚ ଗାୟତ୍ରୀ ଜେନା ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କ ସହିତ ପରିଚିତ ହେବା ସହ ବିଜେତା ଦଳକୁ ୨୨,୦୦୦ ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ୧୫,୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ ମଂଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷାବିତ ବାସୁଦେବ ସ୍ୱାଇଁ ପୁରସ୍କାର ବିତରଣୀ ଉତ୍ସବରେ ସଭାପତିତ୍ୱ କରିଥିବାବେଳେ ଦୁଃଶାସନ ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ବିଦ୍ୟାଧର ବେହେରା, ସାଂସଦଙ୍କ ରାଜକନିକା ଓ ଆଳି ପ୍ରତିନିଧି ପବିତ୍ର ରାଉତ, ନିର୍ମଳ ଚନ୍ଦ୍ର ବେହେରା, କିଶୋର ଚନ୍ଦ୍ର ପ୍ରଧାନ, ଯୁବକ ସଂଘ ସଭାପତି ପ୍ରମୋଦ ରାଉତ, ସମ୍ପାଦକ ସିରୋଜ ବେହେରା, ରାହସ ବିହାରୀ ନାୟକ, ଅନିରୁଦ୍ଧ ସେଠୀ, ରବିନ୍ଦ୍ର ପାତ୍ର, ପୀତାମ୍ବର ଜେନା, ପଦ୍ମ ଲୋଚନ ରାଉତ ଓ ମ୍ୟାନେଜର ଅନୀଲ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟାଚକୁ ପ୍ରକାଶ ସାହୁ ଓ ନିଗମାନନ୍ଦ ବେହେରା ପରିଚାଳନା କରିଥିଲେ । ଗୁରୁ ବଦର୍ସ ପକ୍ଷରୁ ସମସ୍ତ ଖେଲାଳିଙ୍କୁ ପୁରସ୍କୃତ କରାଯାଇଥିଲା । ବିଜେତା ଦଳର ମାନସ ମୁଦୁଲିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଉପବିଜେତା ଦଳର ଗୈାରବ ଚୈାଧୁରୀଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ କୈଳାସ ଚନ୍ଦ୍ର ସେଠୀ ପୁରସ୍କାର ବିତରଣୀ କାର୍ଯ୍ୟ ସମ୍ପାଦନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।