ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ବିପ୍ଳବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ଓ ଗୁରୁବ୍ରଦର୍ସ ର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକଏନ୍ଦା ଠାରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ୍ର ଆଜି ୪୫ତମ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁୁ ୮ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ଆଳି କ୍ରିକେଟ କ୍ଲବକୁ ସମସ୍ତ ଉକେଟରେ ହରାଇ ଇନ୍ଦୁପୁର କ୍ରିକେଟ କ୍ଲବ ୪ ୱିକେଟରେ ୧୭୮ ରନ କରି ବିଜୟ ଲାଭ କରିଛି । ଇନ୍ଦୁପୁରୁର ଆକାଶ ନାୟକ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ହୋଇଛନ୍ତି । ବାସୁଦେବ ସ୍ୱାଇଁ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଡଃ. ହୟଗ୍ରିବ ଗୁରୁ, ମୁଖ୍ୟ ବକ୍ତା ଭାବେ ମିନାକ୍ଷୀ ଗୁରୁ , ସମ୍ମାନୀୟ ଅତିଥି ଭାବେ ବିଦ୍ୟାଧର ବେହେରା, ଅମର କୁମାର ବିଶ୍ୱାଳ, ସରପଂଚ ସିକୋ ଗାୟତ୍ରୀ ଜେନା, ସରକାରୀ ଓକିଲ ସଂଜୟ କୁମାର ଜେନା, ରମଣୀ ରଂଜନ ରାଉତରାୟ, ପିତାମ୍ବର ଜେନା, ଲଳିତ କୁମାର ବେହରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ବିଜୟୀ ଦଳ ଇନ୍ଦୁପୁର କ୍ରିକେଟ କ୍ଲବକୁ ଟୁର୍ଣ୍ଣାମେଂଟ ଟ୍ରଫି ଓ ପରାଜିତ ଦଳ ଆଳି କ୍ରିକେଟ କ୍ଳବକୁ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ । ଗୁରୁବ୍ରଦର୍ସଙ୍କ ପକ୍ଷରୁ ଚମ୍ପିଆନ ଟିମକୁ ୨୧ହଜାର ଟଙ୍କା ଓ ରନର୍ସଅପ ଦଳକୁ ୧୫ହଜାର ଟଙ୍କା ପ୍ରଦାନ ସମେତ ସମସ୍ତ ଖେଳାଳୀଙ୍କୁ ପୁରଷ୍କୃତ କରାଯାଇଥିଲା । ପ୍ରଥମେ ଅତିଥିମାନେ ବିପ୍ଳବୀ ଜେନାଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଯୁବକ ସଂଘର କୋଷାଧକ୍ଷ କୈଳାସ ଚନ୍ଦ୍ର ସେଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦୁଃଶାସନ ସ୍ୱାଇଁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଂପାଦକ ସରୋଜ ବେହେରା, ଅମ୍ପେଆର ନିଗମାନନ୍ଦ ବେହେରା ଓ ପ୍ରକାଶ ସାହୁ, କମିଟି ସଭ୍ୟ ଶକ୍ତିମୟ ବିଶ୍ୱାଳ, ଅମିତ ଗୁରୁ, ଜୟ ପ୍ରକାଶ ବେହେରା, ଅମିତ ବିଶ୍ୱାଳ, ରାଜୁ ସ୍ୱାଇଁ, ଡକମ ବେହେରା, ଗୁଲର ମଲ୍ଳିକ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ । ଶେଷରେ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।