ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ୱରରସ୍ଥିତ ସଂସ୍କୃତି ଭବନରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ସୁ ସାହିତ୍ୟିକ ରଞ୍ଜନ କୁମାର ଦାସଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ସମେତ ବିପ୍ଳବୀ ଆନନ୍ଦ ଚନ୍ଦ୍ରଙ୍କ ପୁସ୍ତକ ‘ଅଗ୍ନିପୁତ୍ର’ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ସ୍ମୃତି କମିଟି ସଭାପତି କରୁଣାକର ଦାସ, ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ, ଆଇନଜୀବୀ ଗଗନ ବିହାରୀ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବିପିନ ବିହାରୀ ବାରିକ, ଗବେଷକ ନିରଞ୍ଜନ ମେକାପ, ଧିରେନ୍ଦ୍ର ଦାସ, ସନ୍ଦୀପ ଦାସ, ସତ୍ୟବ୍ରତ ସିଂ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ସତ୍ୟପ୍ରିୟ ଦାସ, ହାଡିବନ୍ଧୁ ସିଂ, ଅକ୍ଷୟପ୍ରିୟ ଦାସ, ନିରଞ୍ଜନ ବଳ, ରମାକାନ୍ତ ସ୍ୱାଇଁ, ମାନସ ରଞ୍ଜନ ଧଳ, ସୁରେଶ ଚନ୍ଦ୍ର ନାୟକ, ଶେଷଦେବ ପ୍ରସାଦ ଦାସଙ୍କ ସମେତ କମିଟିର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।