ଚଣ୍ଡିଆପଲ୍ଲୀରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ଚଣ୍ଡିଆପଲ୍ଲୀ ମା’ ମଙ୍ଗଳା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଗତ ୪ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ରାଜଗଡର ଜୟ ବଜରଙ୍ଗି କ୍ରିକେଟ ଟିମ, କଂସାରର ଇସାଣେଶ୍ୱରୀ କ୍ରିକେଟ କ୍ଲବ, ଜରିପଡାର ଜରିପଡା କ୍ରିକେଟ କ୍ଲବ, ହଜାରି ବଗିଚାକ୍ରିକେଟ କ୍ଲବ, ଆଳିଜଙ୍ଗା କ୍ରିକେଟ କ୍ଲବ, ଆୟବା କ୍ରିକେଟ କ୍ଲବ, ମାନତିରିର ମାନସ ମେମୋରିଆଲ କ୍ରିକେଟ କ୍ଲବ ପ୍ରଭୃତି ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଜୟବଜରଙ୍ଗି କ୍ରିକେଟ କ୍ଲବ ଓ ମାନସ ମେମୋରିଆଲ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଜୟବଜରଙ୍ଗି କ୍ରିକେଟ କ୍ଲବ ୧୨ଓଭରରେ ୬ୱିକେଟ ହରାଇ ୧୩୪ରନ କରିଥିବା ବେଳେ ମାନସ ମେମୋରିଆଲ କ୍ରିକେଟ କ୍ଲବ ୧୨ଓଭରରେ ୮ୱିକେଟ ହରାଇ ୯୭ରନ କରିଥିଲା । ଫଳରେ ଜୟବଜରଙ୍ଗି କ୍ରିକେଟ କ୍ଲବ ୩୬ରନରେ ଜିତି ଚମ୍ପିଅନ ଆଖ୍ୟା ଅର୍ଜ୍ଜନ କରିଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବୀତରଣୀ ଉତ୍ସବରେ ଆଇନଜୀବି ବିଧୁଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଓ ସମ୍ବାଦିକ ଚିତ୍ତରଞ୍ଜନ ଦାସ ଏବଂ ସମାଜସେବୀ ସନ୍ତୋଷ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଚମ୍ପିୟନ ଟ୍ରଫି ଓ ରନର୍ସଅପ ଦଳକୁ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ । ଚଣ୍ଡିଆପଲ୍ଲୀ ମା’ ମଙ୍ଗଳା କ୍ରିକେଟ କ୍ଲବ ପକ୍ଷରୁ ମନୋଜ ବେହେରା, ଅନିଲ କୁମାର ବେହେରା, ଧରଣୀଧର ବେହେରା, ନିଳକଣ୍ଠ ବେହେରା, ହରିଚନ୍ଦନ ବେହେରା, ପ୍ରଭାତ ବେହେରା, ମାନସ ବେହେରା, ନକୁଳ ବେହେରା, ବାନାମ୍ବର ବେହେରା ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ