ବିବାହ ପ୍ରତିଶୃତି ଦେଇ ମହିଳାଙ୍କୁ ଦୁର୍ଷ୍କମ ଅଭିଯୋଗ, ଥାନାରେ ଏତାଲା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଇ ଦୁର୍ଷ୍କମ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ପୀଡ଼ିତା ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୭୭/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।‌
ସୂଚନା ପ୍ରକାରେ, ଗତ ପ୍ରାୟ ୬ ମାସ ପୂର୍ବେ ରାୟଗଡା ଅଞ୍ଚଳର ସବନ ନାହାକ ନାମକ ଜଣେ ଯୁବକଙ୍କ ସହ ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ମଧ୍ୟରେ ଏକ ବିବାହ ଭୋଜିରୁ ଆରମ୍ଭ ହେଲା ପ୍ରେମ ସମ୍ପର୍କ। ପରେ ମୋବାଇଲ ନମ୍ବର ଦିଆ ନିଆ। କିଛି ମାସ ଧରି ଉଭୟଙ୍କ ମଧ୍ୟରେ ଚାଲିଲା କଥାବାର୍ତ୍ତା। ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ନିବିଡ ହେବା ପରେ ମିଳିଲା ବିବାହର ପ୍ରତିଶୃତି। ବିବାହ ପ୍ରତିଶୃତି ମିଳିବା ପରେ ଅକ୍ଟୋବର ମାସରେ ମହିଳା ଜଣଙ୍କ ବିବାହ ପାଇଁ ଯୁବକ ରହୁଥିବା ସୁଦୂର ରାଞ୍ଚି ଅଞ୍ଚଳକୁ ଚାଲି ଯାଇଥିଲେ। ସେଠାରେ ଯୁବକ ଜଣଙ୍କ ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଦୀର୍ଘ ୨ ମାସ ଧରି ରଖିଥିଲେ ଶାରୀରିକ ସମ୍ପର୍କ। ବିବାହ କରିବା ପାଇଁ ମହିଳା ଜଣଙ୍କ ଜିଦ୍ କରିବାପରେ ଯୁବକ ଜଣଙ୍କ କେଉଁ ଆଡେ ଫେରାର ହୋଇଯାଇଥିଲେ। ମହିଳା ଜଣଙ୍କ ବିଭିନ୍ନ ସ୍ଥାନରେ ଯୁବକଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ଫଳରେ ମହିଳା ଜଣଙ୍କ ନିରାଶ ହୋଇ ବାପାଘର ଗ୍ରାମକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଘଟଣା ନେଇ ଗୁରୁବାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଶୁକ୍ରବାର ପିଡୀତା ମହିଳାଙ୍କ ଡାକ୍ତରୀମାଇନା କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ