ବିବେକାନନ୍ଦ ପବ୍ଲିକ ସ୍କୁଲର ୨ୟ ବାର୍ଷିକ ଉତ୍ସବ
ପୋଲସରା,(ଯୁଗାବ୍ଦ ନ୍ୟୁଜ୍):ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ବିବେକାନନ୍ଦ ପବ୍ଲିକ ସ୍କୁଲର ଦ୍ଵିତୀୟ ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଶଶିକାନ୍ତ ପାଢ଼ୀ ଏଜୁକେସନ ଟ୍ରଷ୍ଟର ମୁଖ୍ୟ ସୂର୍ଯ୍ୟନାରାୟଣ ପାଢ଼ୀ ବାର୍ଷିକ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ , ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଗୁରୁମା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ସମସ୍ତ ଅଭିଭାବକ ଓ ବହୁ ମାନ୍ୟଗଣ ବ୍ୟକ୍ତି ବୃନ୍ଦ ଏହି ଉତ୍ସବରେ ଯୋଗ ଦେଇଥିଲେ। ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।