ବିବେକାନନ୍ଦ ପାଠକ ମଞ୍ଚର ସ୍ୱନକ୍ଷତ୍ର ଉତ୍ସବ

ହାଟଡିହି,(ବିକାଶ ବିଶ୍ୱାଳ): ବିବେକାନନ୍ଦ ପାଠକ ମଞ୍ଚ ନୁଆରମ୍ପାସର ଷୋଡଶ ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ଶ୍ରେଷ୍ଠ ପାଠକ ଚୟନ ଏବଂ ପ୍ରତିଭା ଅନ୍ୱେଷଶ ପ୍ରତିଯୋଗୀତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜପିଦାସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଠକ ମଞ୍ଚର ପ୍ରତିଷ୍ଠାତା ଅଧ୍ୟାପକ ରବିନ୍ଦ୍ର କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଗଙ୍ଗାଧର ପୁହାଣ, ଜପିଦାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁଧର ଦେହୁରୀ, ଅଧ୍ୟାପକ ସନ୍ତୋଷ ପଟ୍ଟନାୟକ, ବରିଷ୍ଠ ସଂସ୍କୃତ ଶିକ୍ଷକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପରେ ପାଠକମଞ୍ଚର ଶୁଭେଚ୍ଛୁ ତଥା ସୃଜନଝର-୨୦୨୦(ଗଳ୍ପ ଓ କବିତା ପ୍ରତିଯୋଗିତା)ର ବିଚାରକ ମାନଙ୍କୁ ନେଇ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ଖାତନାମା ଗାଳ୍ପିକ ତଥା ବ୍ୟଙ୍ଗକାର ଆର୍ଯ୍ୟ ଯଜ୍ଞଦତ୍ତ, ବିଶିଷ୍ଟ ଗାଳ୍ପିକ ତଥା ସାହିତ୍ୟ ସମାଲୋଚକ ପ୍ରଫେସର ଦିପ୍ତୀ ରଞ୍ଜନ ପଟ୍ଟନାୟକ, ସୁନାମଧନ୍ୟ କବି ଓ ଗାଳ୍ପିକ ଉମାକାନ୍ତ ରାଉତ, ଲୋକପ୍ରୀୟ କବି ଚିତ୍ତରଞ୍ଜନ ନାୟକ, ସୃଜନଝର ବିଜେତା ଗାଳ୍ପିକା ସଂପ୍ରିତି ଶତଭିଷା, ଗାଳ୍ପିକ ପଦ୍ମନାଭ ନାୟକ, କବି ଶିଶିର ପାଣିଗ୍ରାହୀ, କବି ରଶ୍ମୀକାନ୍ତ ବାରିକ, କବି ରଞ୍ଜନ କୁମାର ମହାନ୍ତି ଏବଂ କବି ସରିତା ସାମଲ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜର ଉଦବୋଧନ ରଖିବା ସହ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଡିସେମ୍ବର ୨୧ରୁ ୨୮ତାରିଖ ମଧ୍ୟରେ ଅନଲାଇନ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମର କୃତ୍ତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ଟ୍ରଫି, ପୁସ୍ତକ ଏବଂ ଅର୍ଥରାଶି ପ୍ରଦାନ କରାଯାଇଥିଲା । ପାଠକମଞ୍ଚ ତରଫରୁ ଆନୁଷ୍ଠାନିକ ଭାବେ ୨୦୨୦ ଶିକ୍ଷାବର୍ଷର ଦଶମ ଶ୍ରେଣୀ ହାଇସ୍କୁଲ ପରୀକ୍ଷାରେ ବଡରମ୍ପାସ ଗ୍ରାମପଞ୍ଚାୟତରେ ସର୍ବୋଚ ନମ୍ବର ରଖିଥିବା ଜପିଦାସ ହାଇସ୍କୁଲର ଛାତ୍ର ପ୍ରକାଶ କୁମାର ଧଳଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ପାଠକ ଭାବେ ଜୁନିୟର ସିନିୟର ବିଭାଗରେ ଯଥାକ୍ରମେ ସୌମ୍ୟ ରଞ୍ଜନ ଚଇନି ଓ ଲକ୍ଷ୍ମୀପ୍ରୀୟା ସାମଲ ପୁରସ୍କୃତ ହୋଇଥିଲେ । ରୁପାଲୀ ସାହୁ ଓ ଲକ୍ଷ୍ମୀପ୍ରୀୟା ସାମଲ ସର୍ବାଧିକ ପୁରସ୍କାର ଜିତିବାର ଗୌରବ ଅର୍ଜନ କରିଥିଲେ । ମଞ୍ଚର କର୍ମକର୍ତ୍ତା ରତ୍ନାକର ରାଉଳ, ଅଭିମନ୍ୟୁ ସାହୁ, ସାରଦା ପ୍ରସନ୍ନ ଜେନା, ପିତାମ୍ବର ଆୟଚ, ଅକ୍ଷୟ କୁମାର ଜେନା, ବେଣୁଧର ସାହୁ, ଉର୍ମି ଉତ୍କଳିକା, ଶୁଭଶ୍ରୀ ତନିମା, ମୋନାଲିସା ଜେନା, ଭାଗିରଥି ସେନାପତି, ବିତିହୋତ୍ର ନାୟକ, ଭବାନୀ ଶଙ୍କର ନାୟକ, ସୁଶିଲ ଶୁଭଦୀପ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ