ଦିନଦାୟଲ ଗ୍ରାମୀଣ କୋଶଳ ବିକାଶ ଶିବିର
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗ୍ରାମାଞ୍ଚଳ ରେ ବେକେରି ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ କର୍ମ ନିଯୁକ୍ତି ଯୋଗାଇବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି।ଦିନଦାୟଲ ଉପାଧ୍ୟାୟ ଗ୍ରାମୀଣ କୋଶଲ୍ୟ ବିକାଶ ଯୋଜନା ଓଡିଶା ଜୀବିକା ମିଶନ ପକ୍ଷ ରୁ ଅଡ଼ପଡା ଗ୍ରାମ ପଞ୍ଚାୟତ ପରିସର ରେ ପଞ୍ଚୟତସ୍ତରୀୟ ଖାଲିଙ୍ଗୀ,ଏ ରେନ୍ଦ୍ରା, ଦୟାନିଧିପୁର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର କୁ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଯ୍ୟାଳନ କରି ଶୁଭାରମ୍ଭ କରିଥିବା ବେଳେ ସ୍ଥାନୀୟ ସରପଂଚ ନୀଳମାଧବ ରାଉତ,ସଞ୍ଜୟ ରାଉତ,ପଞ୍ଚୟତ P.E.O,ଏବଂ ବ୍ଲକ ପ୍ରୋଗ୍ରାମ ମେନେଜର ନରେନ୍ଦ୍ର କୁମାର ତ୍ରିପାଠୀ ଙ୍କ ସଂଯୋଜନା ରେ ହୋଇଥିବା ବେଳେ ଶିବିର ରେ ୨୬୬ ଜଣ ଆବେଦନ କରିଥିବା ବେଳେ ୬୬ ଜଣ ଙ୍କୁ ମନୋନୀତ କରାଯାଇଥିଲା । ଗ୍ରାମାଞ୍ଚଳ ର୧୮ ବର୍ଷ ରୁ ୩୫ ବର୍ଷ ଯୁବକ ଯୁବତୀ ଙ୍କୁ ବିଭିନ୍ନ ସଂସ୍ଥା ରେ ମେକାନିକ,ବେଲଡ଼ର,ଫିଟର ବିଭିନ୍ନ ବିଭାଗ ରେ ଦକ୍ଷତା ସମ୍ପର୍ଣ୍ଣ କମ୍ପାନୀ ତାଲିମ ପାଇଁ ମନୋନୀତ କରାଯାଇଛି ।


