ବିବେଳାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଜ୍ଞାନ ବିଜ୍ଞାନ ମେଳା ,ପିତୃମାତୃ ସମ୍ମିଳନୀ ଅନୁଷ୍ଠିତ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍) : ବଡ ବୋରସିଙ୍ଗିସ୍ଥିତ ବିବେକନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ସଭାପତି ଶରତ ଚନ୍ଦ୍ର ବିଷୋୟୀଙ୍କ ଅଧକ୍ଷତାରେ ଜ୍ଞାନ ବିଜ୍ଞାନ ମେଳା ଓ ପିତୃମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଂପାଦକ ଏସ୍ ସିମାଞ୍ଚଳ ପୃଷ୍ଟି ଜ୍ଞାନ ବିଜ୍ଞାନ ମେଳା ,ପିତୃମାତୃ ସମ୍ମିଳନୀ ଉପରେ ଆଲୋକପାତ କରାଇଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ୭ ଜଣ ବିଦ୍ୟାର୍ଥୀଙ୍କୁ ଚୟନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏଥିରେ ପ୍ରଫେସର ଡକ୍ଟର ବଶୀଂଧର ତ୍ରୀପାଠି, ଶ୍ରୀ ଅଭିମନ୍ୟୁ ବେହେରା , ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଉସ୍ରାହିତ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶ୍ରୀ ମାଧବାନନ୍ଦ ସାହୁ ସମସ୍ତ କାର୍ଯ୍ୟ ସଂଯୋଜନା କରିଥିବା ବେଳେ ଗୁରୁଜୀ ଅପୂର୍ବା ଭୋଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ