ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବିଭିନ୍ନ ଯୁବ ସଂଗଠନ ୟୁଥ ୱାରିୟର ଓ ଟିକାବାଲି ପ୍ରେସ ଆସୋସିଏସନର ମିଳିତ ଭାବରେ ମୋ ଗାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି l ଟିକାବାଲି ମେଡିକାଲ ଛକ ଠାରୁ ହାଇସ୍କୁଲ ପାଚେରୀ ପର୍ଯ୍ୟନ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ଅତିଥି ଭାବେ ଟିକାବାଲି ରେଞ୍ଜର ବୈରାଗୀ ଚରଣ ବେହେରା ଓ ଟିକାବାଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଯୋଗ ଦେଇ ପରିବେଶ ସୁରକ୍ଷା ର ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ବୃକ୍ଷରୋପଣ କରିଥିଲେ | ଏହାବ୍ୟତୀତ ଟିକାବାଲି ପ୍ରେସ ଆସୋସିଏସନ ଓ ୟୁଥ ୱାରୀୟର ର ସଦସ୍ୟ ଙ୍କ ଦ୍ୱାରା ମଧ୍ୟ ବୃକ୍ଷରୋପଣ ସମ୍ୱନ୍ଧୀୟ ସ୍ଲୋଗାନ ଦିଆଯାଇଥିଲା l ଏଥିରେ ଟିକାବାଲି ପ୍ରେସ ଆସୋସିଏସନ ର ସଭାପତି ଯୋସେଫ ଦିଗାଳ, ସମ୍ପାଦକ ସନ୍ତୋଷ ଦଳବେହେରା, ସହ ସମ୍ପାଦକ ଆକୁଳାନନ୍ଦ ଦିଗାଳ , ହେମନ୍ତ ମୁଖି, ସାନୁଜ ବେହେରା, ରମା ପଣ୍ଡା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l ଏହା ସହ ୟୁଥ ୱାରୀୟର ର କାର୍ଯକାରୀ ସଭାପତି ବିକ୍ରାନ୍ତ ଭୋଇ, ଉପସଭାପତି କୁନ୍ଦୁରୁ ମଲ୍ଲିକ, କୁମୁଦ ସାହୁ, ହେମନ୍ତ ଦିଗାଳ, କୋଷାଧକ୍ଷ ସନ୍ତୋଷ ପଣ୍ଡା, ଗଣେଶ ବେହେରା, ଶରତ ଦିଗାଳ, ଶ୍ରୀ ଅରବିନ୍ଦ ମହାପାତ୍ର, ବିଶ୍ୱଜିତ ଭୋଇ, ପ୍ରତ୍ୟୁଷ ଦେହୁରୀ, ଆଶୁତୋଷ ଦେହୁରୀ, ସୌମ୍ୟ ଦେହୁରୀ, ବଳିଆ, ପ୍ରଭାତ ଦେହୁରୀ, ଅନୁପ ଭୋଇ, କିରନ ଭୋଇ, ନିକୁଞ୍ଜ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ |


