ଆନ୍ତର୍ଜାତିକ ସଂପର୍କରେ ଭିନ୍ନ ଏକ ସେତୁ ପର୍ଯ୍ୟଟନ
ବିଶ୍ୱ ସ୍ତରରେ ପ୍ରତିବର୍ଷ ୨୭ ସେପ୍ଟେମ୍ବରକୁ ଆନ୍ତର୍ଜାତିକ ‘ପର୍ଯ୍ୟଟନ ଦିବସ’ ରୂପେ ପାଳିତ ହୁଏ । ଏହା ମିଳିତ ଜାତିସଂଘର ଆନୁକୁଲ୍ୟରେ ୧୯୮୦ ମସିହାଠାରୁ ପାଳିତ ହୋଇ ଆସୁଅଛି । ଜଗତୀକରଣ ପ୍ରକ୍ରିୟାରେ ପର୍ଯ୍ୟଟନକୁ ଏକ ମାଇଲ ଖୁଣ୍ଟ ହିସାବରେ ଏବେ ବିଚାର କରାଯାଏ । ଏହା ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ କିପରି ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ସୁସଂପର୍କ ସ୍ଥାପନ କରାଇ ଜଗତୀକରଣ ପ୍ରକ୍ରିିୟାରେ ସାହାଯ୍ୟ କରିବାରେ ସହାୟକ ହେବ, ସେଥିନେଇ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ । ଜଗତୀକରଣ ପ୍ରକିୟାରେ ଏ ବିଶ୍ୱ ଏକ ପରିବାର । ପରିବାର ପରି ସମସ୍ତ ଲୋକ ସ୍ୱଛନ୍ଦରେ ଭାତୃଭାବ ଓ ବନ୍ଧୁତ୍ୱର ବନ୍ଧନରେ ବାନ୍ଧିହୋଇ ବିଶ୍ୱର ଉନ୍ନତି କଳ୍ପେଲାଗି ପଡିବା ହିଁ ଏହାର ଉଦ୍ଦେଶ୍ୟ ।
ଦେଶ, ବିଦେଶ ତଥା ବିଭିନ୍ନ ସ୍ଥାନ ଭ୍ରମଣ କରି ପ୍ରତ୍ୟକ୍ଷ ଅନୁଭବ ଓ ଅନୁଭୂତି ଦ୍ୱାରା ସ୍ୱୟଂ ସିଦ୍ଧ ହୋଇ ନିଜର ଜ୍ଞାନ ବିଶେଷ କରି ଅନ୍ୟର ଶିକ୍ଷା, ସଭ୍ୟତା , ସଂସ୍କୃତି , ପରଂପରା, ଖାଦ୍ୟ, ପୋଷାକ, ଚାଲିଚଳନ, ରାଜନୀତି, ଓ ଶାସନ ପରିଚାଳନା ଦ୍ୱାରା ନିଜ ପରିସରରୁ ସଂକୀର୍ଣ୍ଣତା ଦୂରକରି ପରିବ୍ୟାପ୍ତ କରିବା ତଥା ନିଜର ଉକ୍ତ ଗୁଣଦ୍ୱାରା ଅନ୍ୟକୁ ପ୍ରଭାବିତ କରିବା ହିଁ ପର୍ଯ୍ୟଟନର ଯୁଗ ଧର୍ମ ।
ପର୍ଯ୍ୟଟନ ମଣିଷ ଜାତିର ଆଦିମ ପ୍ରବୃତ୍ତି । ପ୍ରଥମେ ମଣିଷ ବଣ -ପାହାଡରେ ଅଥବା ଇତସ୍ତତଃ ଭ୍ରମଣ କରି ଖାଦ୍ୟ ଅନ୍ୱେଷଣରେ ଯାଯାବର ଜୀବନ ଯାପନ କରୁଥିଲା । ଯେତେବେଳେ ସଭ୍ୟତା ତାକୁ ସ୍ପର୍ଶକଲା ଏବଂ ସେ ଗାଁ ,ଗଣ୍ଡା କରି ସ୍ଥାୟୀ ଭାବରେ ଗୋଷ୍ଠୀ ଜୀବନ ଯାପନ କଲା, ସେତେବେଳେ ସେ ମଧ୍ୟ ପର୍ଯ୍ୟଟନ ମୁକ୍ତ ହୋଇପାରିଲା ନାହିଁ । ତାର ଜ୍ଞାନର ଅନୁସନ୍ଧିତ୍ସ ମନ ଉଙ୍କି ମାରୁଥିବା ନାନା କଥାପାଇଁ ତାକୁ ଅନ୍ୱେଷଣ ପାଇଁ ବାଧ୍ୟକଲା । ସେ ଧାଇଁଲା ଏ ପନ୍ତରାରୁ ଆଉ କୋଉପନ୍ତରାକୁ : ଗାଁ ନଈନାଳ, ପାହାଡ, ଏବଂ ସମୁଦ୍ର ଡେଇଁ ଆଉ କୋଉ ସ୍ଥାନକୁ । ସେ ଉଦ୍ଭାବକ ଅପେକ୍ଷା ଅଧିକନ୍ତୁ ପାଲଟିଗଲା ଆବିଷ୍କାରକ । ଆହରଣ ଏବଂ ବିତରଣ ତା ପାଇଁ ହେଲା ପ୍ରମୁଖ ବସ୍ତୁ । ତା’ ସହିତ ପ୍ରାକୃତିକର ଉପଭୋଗ ଏବଂ ଭିନ୍ନ ଗୋଷ୍ଠୀ ସହିତ ହେଲା ତା’ର ଭାବର ବିନିମୟ ; ହେଲା ଭିନ୍ନ ଭିନ୍ନ ସଂସ୍କୃତିିର ମିଳନ ଯାହାକି ବନ୍ଧୁତ୍ୱ, ଭାତୃତ୍ୱ ଏବଂ ସହଭାଜନରେ ବାଟ ‘ିଟାଇ ଜଗତୀକରଣ ପ୍ରକ୍ରିୟାରେ ସାହାଯ୍ୟ କଲା ।
ଏମିତି ଏକ ଦୀର୍ଘସ୍ଥାୟୀ ପ୍ରକ୍ରିୟା ଲମ୍ବିଛି ଆଦିମରୁ ଏ ଯାବତ୍ । ଏହାରି ମଧ୍ୟରେ ଯେଉଁମାନେ ଆମର ମାର୍ଗ ଦର୍ଶକ ତଥା ପ୍ରେରଣାର ଉତ୍ସ ସାଜିଛନ୍ତି, ତାଙ୍କ ଭିତରେ ଅଛନ୍ତି ଆଲ୍ବେରୁଣୀ , ହୁଏନାସାଂ, ‘ାହୟାନ, ମେଘାଛିନ୍ନସ୍ ଏବଂ ଇବନ୍ ବକୃତା ଇତ୍ୟାଦି । ଆମର ଯେତକ ନୂତନ ଦେଶ ବା ଯେତେ ପଥର ଆବିଷ୍କାରକ ଯଥା- କଲମ୍ବସ , ଭାସ୍କୋଡାଗାମା, ମାଗାଲେନ୍ ଏବଂ ଆମେରିଗୋ ଭେସ୍ପୋସିସ ଇତ୍ୟାଦି, ସମସ୍ତେ ଜଣେ ଜଣେ ଅନିସନ୍ଧୀତ୍ସୁ ପର୍ଯ୍ୟଟକ । ଏବେତ ସମୟ ଓ ଦୂରତ୍ୱକୁ ଏଡାଇବାରେ ଆଧୁନିକ ଯାନ ଓ ଯନ୍ତ୍ରପାତି ପର୍ଯ୍ୟଟନର ବାତାବରଣକୁ ବହୁତ ସହଜ ଓ ସରଳ କରି ଦେଇଛି ।
ପ୍ରତିଟି ଦେଶ ଓ ରାଜ୍ୟ ପାଇଁ ସରକାରୀ ହେଉ ବା ବେସରକାରୀ ସ୍ତରରେ ହେଉ ଏବେ ପର୍ଯ୍ୟଟନ ଶିଳ୍ପ ଭାବରେ ଛିଡା ହୋଇଛି ଏବଂ ଆମର ଅର୍ଥନୈତିକ ପ୍ରଗତିର ଏକ ବିଶେଷ ଆୟପନ୍ଥା ପାଲଟିଛି । ଏହି ପର୍ଯ୍ୟଟନ ସଂସ୍ଥାମାନେ ତାଙ୍କ ପର୍ଯ୍ୟଟନ ସ୍ଥଳୀ ମାନଙ୍କୁ ଆକର୍ଷିତ କରିବା ପାଇଁ ଏବେ ଅଭିନବ ପନ୍ଥାମାନ ଅବଲମ୍ବନ କରିଲେଣି । ପର୍ଯ୍ୟଟକମାନଙ୍କ ରହିବା, ଖାଇବା ଏବଂ ବୁଲିବା ତଥା ନିରାପତ୍ତା ଦାୟିତ୍ୱ ଏବେ ସଂପୂର୍ଣ୍ଣ ଭାବରେ ସେମାନଙ୍କର । ଭ୍ରମଣ ସ୍ଥଳୀକୁ ବୁଲାଇ ନେବାରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପଥପଦର୍ଶକ ତଥା ଯାନବାହନର ବ୍ୟବସ୍ଥା କରାଯାଉଛି । ମୋଟ ଉପରେ ତାଙ୍କ ନିରାପତ୍ତା ଓ ପର୍ଯ୍ୟଟନ ଜନିତ ସୁଖ ସ୍ୱାଛନ୍ଦ୍ୟ ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ଆମ ଓଡିଶାରେ ପର୍ଯ୍ୟଟନର ବିକାଶରେ ସ୍ୱତନ୍ତ୍ର ସରକାରୀ ବିଭାଗ ଅଛି ଏବଂ ଏହାରି ତତ୍ତ୍ୱବଧାନରେ ଓଡିଶା ପର୍ଯ୍ୟଟନ ନିଗମ କାର୍ଯ୍ୟ କରୁଅଛି । ବର୍ତ୍ତମାନ ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ବିଦେଶୀ ମାନଙ୍କୁ ବିଶେଷ କରି ଆମେରିକା, ଏବଂ ୟୁରୋପ ଦେଶ ସମୂହର ଅଧିବାସୀ ତଥା ପୃଥିବୀର ଅନ୍ୟଦେଶ ଲୋକ ମାନଙ୍କୁ ବିଶେଷ ଆକର୍ଷିତ କରିଅଛି । ବିଶ୍ୱରେ ମାଲ ଡେଭିସ ୍ ପରି ଏହା ଏକ ବିଶେଷ ପର୍ଯ୍ୟଟନ କେନ୍ଦ୍ର ।
ମିଳିତ ଜାତିସଂଘ ମାଧ୍ୟମରେ ଜଗତୀକରଣ ପ୍ରକ୍ରିୟାରରେ ସାହାଯ୍ୟ କରୁଥିବା ବିଷୟବସ୍ତୁ ମାନଙ୍କ ମଧ୍ୟରୁ ଯେ କୌଣସି ଗୋଟିକୁ ପର୍ଯ୍ୟଟନ ଜରିଆରେ ପ୍ରାଧାନ୍ୟ ଦିଆ ଯାଇଥାଏ । ଚଳିତ ବର୍ଷ ୨୭ ସେପ୍ଟେମ୍ବର ୨୦୧୩ର ବିଶ୍ୱ ପର୍ଯ୍ୟଟନ ଦିବସ ପାଇଁ( ଡକ୍ଟକ୍ସକ୍ଷୟ ଞକ୍ଟଙ୍କକ୍ସସଗ୍ଦଜ୍ଞ ଊବଚ୍ଚ : ଡଞଊ) ଭବିଷ୍ୟତରେ ଜଳ ସଂରକ୍ଷଣ ନିମନ୍ତେ ବିଷୟବସ୍ତୁ ରଖା ଯାଇଛି: ପର୍ଯ୍ୟଟନ ଏବଂ ଜଳ । ଏହାକୁ ମିଳିତ ଜାତିସଂଘ ତର‘ରରୁ “ଜଳ-ସହଯୋଗ” ପ୍ରକ୍ରିୟା ରୂପେ ଘୋଷଣା କରାଯାଇଛି । ଏଥିପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ପ୍ରବନ୍ଧ ପ୍ରତିଯୋଗିତା ଓ ତତ୍ସମ୍ବନ୍ଧୀୟ ପୁରସ୍କାରର ବ୍ୟବସ୍ଥା ମାନ କରାଯାଇଛି । ଏଥିରେ ପର୍ଯ୍ୟଟନକ୍ଷେତ୍ରରେ ସବୁଜ ସମ୍ଭାରର ବୃଦ୍ଧି ନେଇ ଜଳକୁ ଗୁରୁତ୍ୱ ଦିଆ ଯାଇଛି ।
ଆନ୍ତର୍ଜାତିକ ସ୍ତରରେ ଜଳ ସଂରକ୍ଷଣ ହେଉ, ଏହାକୁ ଆଧାର କରି ଚଳିତ ବର୍ଷ ବିଶ୍ୱର ସୁବୁଠାରୁ ଅଧିକ ବିବିଧ ଜୀବବିଶେଷ ଦେଶ ତଥା ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ମାଲ୍ଡ଼େଭିସର ମୁଖ୍ୟ ଜାତିସଂଘରେ ଆତିଥ୍ୟ ପ୍ରଦାନ କରାଯିବାରେ ବ୍ୟବସ୍ଥା କରାଯାଇଛି ।
ସମୟର ପ୍ରବାହ ମାନ ଧାରାରେ ପର୍ଯ୍ୟଟନର ସଂଗ୍ୟା ତଥା କାର୍ଯ୍ୟଧାରା ଏବେ ସୁଦୂର ପ୍ରସାରୀ । ନୂତନ ଆଶ ଓ ଆଲୋକର ସନ୍ଧାନରେ ଆସନ୍ତୁ ପର୍ଯ୍ୟଟନ ସହିତ ନିଜକୁ ସାମିଲ କରିବା ଏବଂ ଅଳ୍ପ ବହୁତେ ଏହାର ସ୍ୱାଦନେବା ।
ଅଧ୍ୟକ୍ଷ
ଓଡିଶାଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିପିନ ବିହାରୀ ପାଠାଗାର , ଜଟଣୀ
ମୋ- ୯୯୩୮୩୪୪୧୩୮


