ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ହିଂଜିଳିକାଟୁ (ଶେଷଦେବ ସାହୁ): ରବିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲ୍ଲିପ କୁମାର ମହାନ୍ତି ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳି ଗ୍ରସ୍ତରେ ଆସି ବିିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରି ଫେରିଛନ୍ତି । ରବିବାର ସକାଳ ପ୍ରାୟ ସାଢେ ୧୦ ଟାରେ ହିଂଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟରେ ପଂହଚିଥିଲେ । ସେଠାରୁ କୃଷକ ବଜାର ପରିସରରେ ନିର୍ମାଣଧିନ ଥିବା ଶୀତଳଭଣ୍ଡାର ଓ ୮୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ବୁଲି ଦେଖିଥିଲେ । ସେଠାରୁ ହିଂଜିଳି ବ୍ଳକର ଦୁର୍ବନ୍ଧ, ଦାରୁଭଦ୍ରା, ଶାସନଆମ୍ବଗାଁ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରି ଫେରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ମହାନ୍ତିଙ୍କ ହିଂଜିଳି ଗ୍ରସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ହିଂଜିଳିକାଟୁ ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା,ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ତଥା ଗ୍ରୀଟ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଓଏଚଆରନିସିର ଅଧ୍ୟକ୍ଷ ଡ଼ି. ବିଶ୍ୱନାଥ, ହିଂଜିଳିର ପୂର୍ବତନ ବିଧାୟକ ହରିହର ସାହୁ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ବିଦ୍ୟୁତ ବିଭାଗୀୟ ଏସଡ଼ିଓ ସତ୍ୟ ନାରାୟଣ ଦାଶ, ଆରଏମସି ସମ୍ପାଦକ ବିନାୟକ ବିଶ୍ୱାଳ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ପୂର୍ତ ବିଭାଗୀୟ ଏସଡ଼ିଓ ଉପେନ୍ଦ୍ର ପାତ୍ର, ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ଲଡ଼ୁକିଶୋର ପଣ୍ଡା, ଯୋଗାଣ ନିରୀକ୍ଷକ ଶରତ ବେରୋ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ