ବିଭିନ୍ନ କ୍ଷେତ୍ରରେ ଏଫଡିଆଇ ନୀତିର ସମୀକ୍ଷା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ବିଭିନ୍ନକ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିର ସମୀକ୍ଷା କରାଯିବ ।
ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏଫଡିଆଇ ନୀତିରେ ସଂସ୍କାର ଦ୍ୱାରା ବ୍ୟାପକ ପ୍ରଭାବ ଏବଂ ଲାଭ ଏଫଡିଆଇ ନୀତିରେ ପରିବର୍ତନ କରାଯିବା ଫଳରେ ଭାରତ ଅଧିକ ଆକର୍ଷଣୀୟ ଏଫଡିଆଇ ଲକ୍ଷ୍ୟସ୍ଥଳୀରେ ପରିଣତ ହେବ । ଏହାଦ୍ୱାରା ଦେଶରେ ନିବେଶ, ନିଯୁକ୍ତି ଏବଂ ଅଭିବୃଦ୍ଧି ବଢ଼ିବ । କୋଇଲା କ୍ଷେତ୍ରରେ, କୋଇଲା ବିକ୍ରି, ସହାୟକ ପ୍ରକ୍ରିୟାକରଣ ଭିତିଭୂମି ସମେତ କୋଇଲା ଖନନ ଜନିତ କାର୍ଯ୍ୟକଳାପ ଲାଗି ସ୍ୱୟଂ କ୍ରିୟମାର୍ଗରେ ୧୦୦% ଏଫଡିଆଇକୁ ମଞ୍ଜୁରି ମିଳିବ । ଯଦ୍ଦ୍ୱାରା ଏକ ଦକ୍ଷ ତଥା ପ୍ରତିଦ୍ୱନ୍ଦ୍ୱିତା ମୂଳକ ବଜାର ଲାଗି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଆକୃଷ୍ଟହେବେ । ମେକ ଇନ ଇଣ୍ଡିଆ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ କଂଟ୍ରାକ୍ଟ ମାନୁଫାକଚରିଂ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ମଞ୍ଜୁର କରାଯିବ । ଏହି କ୍ଷେତ୍ରରେ ସ୍ୱୟଂ କ୍ରିୟମାର୍ଗରେ ଏଫଡିଆଇକୁ ମଞ୍ଜୁରି ମିଳିବା ଫଳରେ ଦେଶରେ ଉତ୍ପାଦନ କ୍ଷେତ୍ରକୁ ବ୍ୟାପକ ପ୍ରୋତ୍ସାହନ ମିଳିପାରିବ । ଏକକ ବ୍ରାଣ୍ଡ ଖୁଚୁରା ବାଣିଜ୍ୟ (ଏସବିଆରଟି) କ୍ଷେତ୍ରରେ ସ୍ଥାନୀୟ ଉତ୍ସ ସର୍ତାବଳୀକୁ କୋହଳ କରିବାଲାଗି ଅର୍ଥମନ୍ତ୍ରୀ ତାଙ୍କବଜେଟ ଅଭିଭାଷଣରେ ଘୋଷଣା କରିଥିଲେ । ଏହା ଅଧିକ ନମନୀୟତା ଆଣିବାସହିତ ଏସବିଆରଟି ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ସହଜ କରିବ । ଏହା ଛଡ଼ା ଗୋଟିଏ ଆଧାର ବର୍ଷରେ ଅଧିକ ରପ୍ତାନି ଥିବା କମ୍ପାନୀ ଗୁଡ଼ିକ ପାଇଁକ୍ଷେତ୍ର ପ୍ରସ୍ତୁତ କରିବା ସମ୍ଭବହେବ । ଏତ ଦବ୍ୟତୀତ, ପାରମ୍ପରିକ ଷ୍ଟୋର ଖୋଲିବା ପୂର୍ବରୁ ଅନଲାଇନ ବିକ୍ରିକୁ ଅନୁମତି ଦିଆଯିବା ବର୍ତମାନର ବଜାର ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣକରିବ । ଅନଲାଇନ ବିକ୍ରି ଫଳରେ ଲଜିଷ୍ଟିକ୍ସ, ଡିଜିଟାଲ ପେମେଂଟ, ଗ୍ରାହକସେବା କେନ୍ଦ୍ର ଓ ଉତ୍ପାଦ ଦକ୍ଷତା ତାଲିମ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ୫. ଦେଶରେ ବ୍ୟବସାୟିକ ସୁଗମତା ଯୋଗାଇଦେବା ଉଦ୍ଦେଶ୍ୟରେ ଏଫଡିଆଇ ନୀତିର ଉଦାରୀ କରଣ ଓ ସରଳୀ କରଣ ଉଦ୍ଦେଶ୍ୟରେ ଉପରୋକ୍ତ ସଂଶୋଧନ କରାଯାଇଛି । ଏହା ଅଧିକ ଏଫଡିଆଇ ପ୍ରବାହକୁ ଆକୃଷ୍ଟ କରିବା ସହିତ ନିବେଶ, ଆୟ ଓ ନିଯୁକ୍ତିର ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ କରିପାରିବ ।


