ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତରାଜ ଦିବସ ପାଳିତ
ହାଟଡ଼ିହି : ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ବାଲିବରେଇ ପଞ୍ଚାୟତ ର୍ଯ୍ୟାଳୟ ଠାରେ ପୁର୍ବତନ ସରପଞ୍ଚ ଚିନ୍ତାମଣୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଚାୟତରାଜ ଦିବସରେ ସରପଞ୍ଚ ପ୍ରତିଭା ନାୟକ, ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ଜିଆରଏସ ପୁର୍ଣ୍ଣେନ୍ଦୁ ଥାଟୋଇ, ପିଇଓ ନଣ୍ଡା ଚକ୍ର, ସମାଜସେବୀ ଗୋପାଳ ପଟ୍ଟନାୟକ, ନରୋତ୍ତମ ସତପଥିଙ୍କ ସମେତ ସମସ୍ତ ୱାର୍ଡସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ପଞ୍ଚାୟତରାଜ ଦିବସ ଉପରେ ଆଲୋକପାତ କରିବା ସହିତ ପଞ୍ଚାୟତର ବିଭିନ୍ନ ଉନନ୍ନୟନ ମୁଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ବଞ୍ଚୋ ପଞ୍ଚାୟତରେ ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଚମ୍ପାବତୀ ପୁହାଣ ଓ ସମସ୍ତ ୱାର୍ଡସଭ୍ୟସଭ୍ୟା ମାନେ ଯୋଗଦେଇ ପଞ୍ଚାୟତରାଜ ଦିବସ ପାଳନର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ସେହି ଡଅଁର ପଞ୍ଚାୟତରେ ପିଇଓ ରମାମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଙ୍କ ପ୍ରତିନିଧି ମଦନ ସାନ୍ତାଳ, ପୁର୍ବତନ ସମବାୟ ସମିତି ସଭାପତି ରଞ୍ଜନ ପହି, ଦୁର୍ଯ୍ୟୋଧନ ଜେନା, ସୁନିଲ ଖୁଣ୍ଟିଆ, ନୀଳମଣି ଦାସ, ହିମାଶୁଂ ପହି, ହୃଦାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ପଞ୍ଚାୟତକୁ ଏକ ବିକଶିତ ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ସଙ୍କଳ୍ପ ନେଇଥିଲେ । ସେହିପରି ପଢ଼ିଆରିପଲ୍ଲି ପଞ୍ଚାୟତରେ ସରପଞ୍ଚ ନିରୁପମା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଇଓ ନରହରି ନାୟକ, ପୁର୍ବତନ ସରପଞ୍ଚ ରାଜେନ୍ଦ୍ର ପାତ୍ରଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ ।