ବିଭିନ୍ନ ବିଦ୍ୟାଳୟ ପଟ୍ଟା ପ୍ରଦାନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତହସିଲଦାର ପୁରସ୍କୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ବିଭିନ୍ନ ବିଦ୍ୟାଳୟକୁ ପଟ୍ଟା ପ୍ରଦାନ କରି ପ୍ରଥମ ସ୍ଥାନ ଗ୍ରହଣ କରିଥିବା ତହସିଲଦାରଙ୍କୁ ପୁରସ୍କୃତ କରାଯାଇଥିବା ସୂଚନା ମିଳିଛି. ସରକାର ପିଲାଙ୍କ ପାଠପଢା ନିମନ୍ତେ ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ମାନ ଖୋଲିଦେଲେ । ହେଲେ କୌଣସି ବିଦ୍ୟାଳୟ ର ଖାତା ଖତିଆନ ସଠିକ ଭାବରେ ନଥିଲା । ସମଗ୍ର ରାୟଗଡା ଜିଲ୍ଲାରେ ଗୁଣୁପୁର ତହସିଲ ଏକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସର୍ବାଧିକ ବିଦ୍ୟାଳୟ କୁ ସ୍ଥାୟୀ ପଟ୍ଟା ଯୋଗାଇ ଦେବାରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିଭଳି ରାଜସ୍ୱ ଆଦାୟ, ଜମିଜମା ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟ ଭଲ କାର୍ଯ୍ୟ ସମ୍ପାଦନ କରିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଗୁଣୁପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ଙ୍କୁ ପୁରସ୍କୃତ କରିଛନ୍ତି. ଏହି ପୁରସ୍କାର ଗ୍ରହଣ କରି ତହସିଲଦାର ଶରତ ଚନ୍ଦ୍ର ନାୟକ ଜିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ନିଜର ସହ କର୍ମୀମାନେ ଏଥିରେ ସମସ୍ତ ସହଯୋଗ କରି କରିଥିବାରୁ ଏମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି.