ନଗର ପରିକ୍ରମାର ଦ୍ୱିତୀୟ ଦିନରେ ବ୍ୟାପକ ପଟୁଆର ସହ ଜାତୀୟ ରାଜପଥ ପରିଭ୍ରମଣ 

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି l ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା ବୁଧବାର ଚତୁର୍ଥ ଦିନରେ ମା’ ଙ୍କ ଘଟକୁ ଆଜି ସୁସଜିତ କରାଯାଇଛି l ଏଥିରେ ଦେଶୀବେହେରା ଭାବେ ଏ.ସନ୍ତୋଷ କୁମାର ଦୋରାଙ୍କ ପରିବାରର ସମସ୍ତେ ଉପସ୍ଥିତ ରହି ଯଥାରିତି ସହକାରେ  ପୁଜାର୍ଚ୍ଚନା କରାଯାଇଥିଲା। ସକାଳ ଓ ସନ୍ଧ୍ୟାର ଆଳତୀ ପରେପରେ ଭକ୍ତ ମାନଙ୍କୁ ମା’ ଦର୍ଶନ ଦେଇଛନ୍ତି । ସନ୍ଧ୍ୟା ଆଳତୀ ପରେ ମା’ ବୁଧବାର ଦ୍ୱିତୀୟ ନଗର ପରିକ୍ରମା ରେ ବାହାରିଥିଲେ l  ପ୍ରତିଦିନର ନଗର ପରିକ୍ରମା ରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହି ୨୧ ଦିନ ଭିତରେ ମା ବାଲିଗୁଡାର ବିଭିନ୍ନ ସାହି ପରିକ୍ରମା କରିବେ। ଏହି ଯାତ୍ରା ନିମନ୍ତେ ଆୟୋଜକ ସମିତି ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି । ଏହି ପଟୁଆରରେ ବ୍ୟାପକ ଆତସବାଜ଼ି ଫୁଟାଇବା ସହ ପ୍ରସିଦ୍ଧ ଦଶ ଅବତାର, ନିଶାନ ବାଜା, ସାଇଜାତ,ବାଘଘୋଡା ନାଚ, ସହ ଅନେକ ପଟୁଆର ସାମିଲ ଥିଲେ । ଚତୁର୍ଥ ଦିନରେ ମା ‘ଙ୍କ ଦ୍ୱିତୀୟ  ନଗର ପରିକ୍ରମା ଅସ୍ଥାୟୀ ପୀଠ ବରାଳ ଦେବୀ ମନ୍ଦିରରୁ ଏକ ବିରାଟ ପଟୁଆର ରେ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଜଗନ୍ନାଥ ମାର୍କେଟ, ତ୍ରିବେଦୀ ପାର୍କ ଛକ, ନେହେରୁ ଛକ, ପାଟଖଣ୍ଡା ମାର୍କେଟ, ବସଷ୍ଟାଣ୍ଡ ଅଞ୍ଚଳ, ବୁଡ଼ାଗୁଡା ରାସ୍ତା ଛକ, ନୁଆସାହି ଛକ, ମିନି ଷ୍ଟାଡିୟମ ଛକ ଓ ହନୁମାନ ମନ୍ଦିର ଅଞ୍ଚଳରେ ଥିବା ସମସ୍ତ ଭକ୍ତ ଏକତ୍ରିତ ହୋଇ ଜାତୀୟ ରାଜପଥ ପାର୍ଶ୍ଵ ରେ ରହି ପୂଜାର୍ଚନା କରିଥିଲେ l ଏଥିରେ ମା ‘ପାଟଖଣ୍ଡାଙ୍କ ସମେତ ବରାଳଦେବୀ,ମହାମାୟୀ, ମା’ ଦୁର୍ଗା, ଡେଙ୍ଗଶୀଳ, ମା’ଦୁର୍ଗା ଏବଂ ମା’କାଳୀଙ୍କ ଘଟ ଏହିଯାତ୍ରା ରେ ମିଳିତ ଭାବରେ ଯାଉଛନ୍ତି । ଶେଷରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ଅସ୍ଥାୟୀ ପୀଠରେ ମା’ ଙ୍କ ମିଠାଭୋଗ ନିମନ୍ତେ ଏକ ମିଷ୍ଠାନ୍ନ ବଣ୍ଟନ କେନ୍ଦ୍ର ଖୋଲା ଯାଇଛି l ଏହି ଅସ୍ଥାୟୀ ମିଠା ଭୋଗ କୁ  ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତିର ସଭାପତି ରାଜ କିଶୋର ଦାସଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଗାଟନ କରାଯାଇଛି । ୨୭ ତାରିଖ ଗୁରୁବାର ଥିବା ଯୋଗୁଁ  ମା’ଙ୍କର ବିଶ୍ରାମର ଦିନ ରହିଛି , ଏଣୁ ଏହି ଅବସରରେ ବ୍ରହ୍ମପୁର ଅଞ୍ଚଳର ନୀଳଚକ୍ର ଭଜନ ସନ୍ଧ୍ୟା ଅସ୍ଥାୟୀ ପୀଠ ନିକଟରେ ଆୟୋଜନ କରାଯିବ l ୨୧ ଦିନ ଧରି ଆୟୋଜିତ ହେଉଥିବା ଏହି ପୁଜାକାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ପୁଜକ ଶ୍ରୀକାନ୍ତ ପଣ୍ଡା, ସଂଜୟ କୁମାର ଦାସ, ନିଳକଣ୍ଠ ମିଶ୍ର, ଟୁଲୁ ପାଢି, ପୁର୍ଣ୍ଣଚନ୍ଦ୍ର ଶତପଥୀ ଙ୍କ ସମେତ ଅନ୍ୟ ପୂଜକ ମାନେ ପୁଜା କାର୍ଯ୍ୟରେ ସାମିଲ ଅଛନ୍ତି । ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଭଗବତୀ ପ୍ରସାଦ ସାବତ, ସହ ସମ୍ପାଦକ ସୁଜିତ କୁମାର ପାଳ, କୋଷାଧକ୍ଷ ଡି.ନାଗେଶ୍ୱର ରାଓ, ଏ.ଶ୍ରୀନିବାସ ଦୋରା, ମଦନ ମୋହନ ପାଢୀ, ଡଃ ଶୁଶାନ୍ତ କୁମାର ଦାସ, ପବିତ୍ର ମହନ ପାଢିଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି । ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା ଙ୍କ ନିର୍ଦେଶରେ ସ୍ଥାନୀୟ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱ ରେ ସମସ୍ତ ଛକ ତଥା ଗହଳି ପୂର୍ଣ୍ଣ ଅଞ୍ଚଳ ରେ ବ୍ୟାପକ ପୋଲିସ ମୁତୟନ ରହି ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳାରେ  ନିୟୋଜିତ ଥିବା ଜଣାପଡିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ