ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ପୂଜନ ଉତ୍ସବ

ନାଉଗାଁ ,(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ  ବ୍ଲକ୍ ମୁଣ୍ଡାଳ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ  ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସରେ ଗୁରୁପୂଜନ ଉତ୍ସବ ପାଳିତ ହୋଇଯାଇଛି । ପାରମ୍ପରିକ ପ୍ରଥାନୁସାରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଗୁରୁଦିବସ ପାଳିତ ହୋଇଯାଇଛି। ଗୁରୁଦିବସର ମହତ୍ତ୍ଵ ତଥା ଛାତ୍ର ଓ ଗୁରୁମାନଙ୍କ ସମାଜ ଗଠନରେ ଭୂମିକା ବିଷୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ କୁମାର ବେହେରା, ମିନତୀ ସାମଲ  ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସଂକ୍ଷିପ୍ତରେ  ମତବ୍ୟକ୍ତ କରିଥିଲେ । ସେହିପରି ଅଲଣାହାଟ ହାଇସ୍କୁଲ , ଭାତପଡା ସ୍ଥିତ ସେଣ୍ଟ ଜାଭିଅର ଗ୍ଲୋବାଲ ସ୍କୁଲ, ବାହାଲିଆସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର  ଏବଂ କଣ୍ଟୁଣିଆ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ, କ୍ୟାରିଅର ଫୋକସ କୋଚିଂ ସେଣ୍ଟର ଆଦି ରେ ଗୁରୁ ଦିବସ , ଗୁରୁ ପୂଜନ କାର୍ଯ୍ୟକ୍ରମ ଭକ୍ତିର ସହକାରେ ପାଳନ ହୋଇ ଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ