ନମିତା ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ବିଦ୍ୟାଳୟରେ ଫଳ ବଣ୍ଟନ
ନାଉଗାଁ, (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟର ବିମ୍ବାଧର ମହାନ୍ତିଙ୍କ ପତ୍ନୀ ନମିତା ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଅଲଣାହାଟ ଉପ୍ରା ବିଦ୍ୟାଳୟରେ ପାଠ ପଢ଼ୁଥିବା କୁନି କୁନି ପିଲାମାନଙ୍କୁ ପରିବାର ପକ୍ଷରୁ ଫଳ, ବିସ୍କୁଟ, ମିଠା ବଣ୍ଟନ କରାଯାଇଥିଲା | ନମିତା ଥିଲେ ଧର୍ମ ପରାୟଣା, ସ୍ନେହୀ,ତ୍ୟାଗ , ଆଦର୍ଶ , ସ୍ୱାଭିମାନ ତଥା ସେବା ମନବୃତି ର ପ୍ରତୀକ ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଖ୍ୟାତି ରହିଥିଲା | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଦାସ, ସରୋଜିନୀ ରାଉତ, ଲତିକା ବାରିକ , ରଶ୍ମୀପ୍ରଭା ପାତ୍ର , ଶୁଭସ୍ମିତା ଭୋଳ , ସୁଜାତା ମହାନ୍ତି, ଅଙ୍ଗନବାଡି କର୍ମୀ ଶାନ୍ତିଲତା ସେଠୀ , ନାଏବ ସରପଞ୍ଚ ରଶ୍ମିତା ପାତ୍ର, ପ୍ରଭାକର ମହାନ୍ତି, ଭାଗବତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ଏହାକୁ ବଡପୁଅ ବିଶ୍ୱରଂଜନ ମହାନ୍ତି , ସାନ ପୁଅ ଚିନ୍ମୟରଞ୍ଜନ ମହାନ୍ତି ପୁତ୍ର ବଧୂ ମିତାଲି ସ୍ୱାଇଁ, ସୁବର୍ଣ୍ଣା ପଟ୍ଟନାୟକ ଆଦି ସାମିଲ ହୋଇ ବଣ୍ଟନ କରିଥିଲେ।


