ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଉକ୍ରଳ ଦିବସ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ପକ୍ଷରୁ ଉକ୍ରଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାର୍ଥୀ ମାନେ ବିଦ୍ୟାଳୟ ପରିସରରେ ସୋମବାର ସକାଳୁ ବିଦ୍ୟାଳୟରେ ପଂହଚି ଓଡ଼ିଶାର ବରପୁତ୍ର ମାନଙ୍କଫଟୋଚିତ୍ରରେ ପୁଷ୍ପାଂଜଳି ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଧଓଡ଼ି।। ପ୍ରଦୋ ଗଠନରେ ଓଡ଼ିଶା ଓ ଗଂଜାମର ବରପୁତ୍ର ମାନଙ୍କଅବଦାନ ବିଷୟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଶିକ୍ଷାର୍ଥୀ ମାନଙ୍କୁ ଅବଗତ କରାଇଥିଲେ । ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏନଏସି ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ଧରିତ୍ରୀ ପବ୍ଳିକ ସ୍କୁଲ, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ସ୍ଥାନୀୟ ବ୍ଳକ ଶାସନ ଆମ୍ବଗ।।ଁ ପରିସରସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପୋଡ଼ିଙ୍ଗି ସ୍ଥିତ ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟ, ବୁରୁପଡ଼ା ଭଗବତି ବିଦ୍ୟାପିଠ, ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠ, ସିକିରି ଉଦୟନାଥ ବିଦ୍ୟାଳୟ ସମେତ ସାରୁ ପୋଚିଲିମା, ଆଳପୁର, ରାଳବ, ନନ୍ଦିକ, ମକରଝୋଳ,କଂଚୁରୁ, ପୁଟିଆପଦର, ସମେତ ନିକଟବର୍ତି ଅଂଚଳର ଶି୪ାନୁଷ୍ଠାନ ଗୁଡ଼ିକରେ ମହାସମାରୋହରେ ଉକ୍ରଳ ଦିବସ ପାଳିତ ହୋଇଯାଇଛି । ପ୍ରକାଶ ଥାଉକି, ଉକ୍ରଳ ଦିବସ ପାଳନ ଅବସରରେ ସ୍ଥାନୀୟ ବ୍ଳକ ଶାସନ ଆମ୍ବଗାଁ ପରିସର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉକ୍ରଳ ଦିବସ ବ୍ୟାନରକୁ ଇଁରାଜୀ ଭାଷାରେ ଲେଖାଯାଇଥିବା ଯୋଗୁଁ ବହୁ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଥିଲେ ।