ବେସରକାରୀ ଆଇଟିଆଇ ସଂଘ ଦ୍ୱାରା କର୍ମଶାଳା ଓଡିଆ ଯୁବପୀଢି ଏବେ ପରିବର୍ତନ ମୁହାଁ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ଓଡିଶା ଏକ ଜ୍ଞାନଭିତିକ ରାଜ୍ୟ । ଆଇଟିଆଇ ନୂଆ ଉଦ୍ୟୋଗୀଙ୍କୁ ତିଆରି କରିବାରେ ସଫଳ ହୋଇଛିା ଆଇଟିଆଇ ଏବଂ ଦକ୍ଷତା ଶିକ୍ଷା ଗରିବ ପିଲାମାନଙ୍କ ଜୀବନଶୈଳିକୁ ପରିବର୍ତନ କରିଛି । ଓଡିଆ ଯୁବପୀଢିମାନେ ବର୍ତମାନର ଧାରାକୁ ପରିବର୍ତନ କରିଛନ୍ତି । ସେମାନେ ନିଜେ ଉଦ୍ୟୋଗୀ ହେବା ସହ ଚାକିରିର ସୁଯୋଗ ସୃଷ୍ଟି କରୁଛନ୍ତି ବୋଲି ଭୁବନେଶ୍ୱର ଠାରେ ରାଜ୍ୟ ବେସରକାରୀ ଆଇଟିଆଇ ସଂଘ ପକ୍ଷରୁ ‘ଆଜିର ଦିନରେ ଦକ୍ଷତା ବୃଦ୍ଧିର ଭୂମିକା’ ଉପରେ ଆୟୋଜିତ ର୍ମଶାଳାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତବର୍ଷରେ ଓଡିଆ ଆଇଟିଆଇ ପିଲାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଇଟିଆଇରେ ପ୍ରଶିକ୍ଷଣ ନେବା ପରେ ଓଡିଶା ତଥା ବାହାରେ ଓଡିଆ ପିଲାମାନେ ନିଜ କାମକୁ ଉତମ ଭାବେ ପ୍ରତିପାଦିତ କରିପାରୁଛନ୍ତି । ଓଡିଶାର ଗରିବ ପରିବାରକୁ ମଧ୍ୟବିତ ପରିବାରରେ ବନେଇବାର ଚାବିକାଠୀ ଆଇଟିଆଇ ବୋଲି ସେ କହିଛନ୍ତି । ସେହପରି ସେ କହିଛନ୍ତି ଯେ ଓଡିଶାର ଯୁବପୀଢିମାନଙ୍କୁ ଘର ପାଖରେ ରୋଜଗାର ଦେବାର ଆବଶ୍ୟକତା ରହିଛି । ଓଡିଆ ଦିବ୍ୟାଙ୍ଗ ଝିଅ ଆଇଟିଆଇରେ ପ୍ରଶିକ୍ଷଣ ନେଇ ତିରୁପୁର ଯାଉଛି । ଯଦି ଏଠାରେ ରୋଜଗାର ଉପଲବ୍ଧ ହୁଅନ୍ତା ତେବେ ସେ ଚାକିରି କରିବାକୁ ବାହାରକୁ ଯାଇନଥାନ୍ତା । ସାଂପ୍ରତିକ ସମୟରେ ଗୁଣାତ୍ମକ ଶିକ୍ଷାର ମାନ ବଦଳେଇବାର ଆବଶ୍ୟକତା ରହିଛି । ବର୍ତମାନ ୱାନ ଡ୍ରିଷ୍ଟିକ୍ଟ ଓାନ୍ ପ୍ରୋଡକ୍ଟ ତଥା ଗୋଟିଏ ଜିଲ୍ଲାରେ ଗୋଟିଏ ଦ୍ରବ୍ୟ ବନାଯିବା ଦରକାର ଏବଂ ଉତ୍ପାଦିତ ଜିନିଷକୁ ଫେସବୁକ ମାଧ୍ୟମରେ ବିଦେଶକୁ ପଠାଇ ଦିଆଯାଇପାରିବ ଆଗାମୀ ଦିନରେ ବିଶ୍ୱରେ ଟେକ୍ନୋଲୋଜି ଏବଂ ଇନୋଭେସନ କାରଣରୁ ସର୍ଭିସ ଇଣ୍ଡଷ୍ଟ୍ରିରେ ବୃଦ୍ଧି ଘଟିବ । ପୂର୍ବରୁ ୧୦ ବର୍ଷ ତଳେ ମୋବାଇଲ କେବଳ କଥା ହେବା ପାଇଁ ବ୍ୟବହାର କରୁଥିବା ବେଳେ ଆଜି ମୋବାଇଲ ମାଧ୍ୟମରେ ୧୦ଟି କାମ ହୋଇପାରୁଛି । ଟ୍ରେନ ଟିକେଟ୍, ବ୍ୟାଙ୍କିଂ ଟ୍ରାନ୍ଜାକ୍ସନ ଓ ଅନ୍ୟାନ୍ୟ କାମ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।


