ବିଭିନ୍ନ ସମସ୍ୟା ନେଇ ଚୌଦ୍ଵାର ନଗର କଂଗ୍ରେସ ପକ୍ଷ୍ୟରୁ ଦାବିପତ୍ର

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ପୌରପାଳିକାର ବିଭିନ୍ନ ଅବ୍ୟବସ୍ଥା ଏବଂ ଚୌଦ୍ୱାର ସହରବାସୀଙ୍କ ପ୍ରତି ଅବହେଳା ମନୋଭାବ ବିରୁଦ୍ଧରେ ଆଜି ଚୌଦ୍ଵାର ନଗର କଂଗ୍ରେସ ପକ୍ଷରୁ ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇ ଅଛି । ୮ଦଫା ଦାବି ସମ୍ବଳିତ ଏହି ଦାବିପତ୍ରରେ ଚୌଦ୍ୱାର ଅଂଚଳର ବିଭିନ୍ନ ସମସ୍ୟା ସହ ଆଗାମୀ ଐତିହାସିକ ରୂପଯାତ୍ରା ପୂର୍ବରୁ ଏହାର ସମାଧାନ କରିବା ପାଇଁ ଉଲ୍ଲେଖ ରହିଛି । ଚୌଦ୍ୱାର ନଗର କଂଗ୍ରେସର ସଭାପତି ବିଜୟ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୌରକାର୍ଯ୍ୟାଳୟରେ ପହଂଚି ପୌର ନିର୍ବାହୀଙ୍କ ଉଦ୍ଦେଶ୍ୟ ରେ ପୌର ଯନ୍ତ୍ରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଯଦି ଆଗାମୀ ୭ ଦିନ ମଧ୍ୟରେ ଦାବି ମାଧ୍ୟମ ରେ ଦିଆ ଯାଇଥିବା ସମସ୍ୟାର ସମାଧାନ କରା ନଯାଏ ତେବେ ୨୫ତାରିଖ ଦିନ ଚୌଦ୍ୱାର କଂଗ୍ରେସ ପକ୍ଷରୁ ପୌରକାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ପିସିସି ସଦସ୍ୟ ରାଜୀବ୍ ମହାନ୍ତି ପ୍ରକାଶ କରିଥିବା ଜଣାପଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ ସୁବାସ ସୁବୁଦ୍ଧିରାଜୟ, ହରିହର ପରିଡ଼ା, ଅଂଶୁମାନ ପ୍ରଧାନ, ସୌରଭ କୁମାର ଦାସ, ନାରୀ ନେତ୍ରୀ ଲିପ୍‌ସା ଚିନ୍ତାପଲ୍ଲୀ, ଶୁଭାଶିଷ ରାଉତ, ସେକ୍ ସବିର ଉଦ୍ଦିନ୍‌, ଇମ୍ରାନ୍ ସାହା, ଶ୍ରୀକାନ୍ତ ମହାନ୍ତି, ଏସ୍‌କେ ଅସଲମ୍‌, ଆଲୋକ ସାମଲ, ଶରତ ବେହେରା, ବିଜୟ ଦାସ ଓ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ