ବିଭିନ୍ନ ସ୍ଥାନରେ ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାସୀଙ୍କ ପିଇବା ପାଣି ସମସ୍ୟା ଦୂରହେବାର ସମ୍ଭବ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ସଙ୍କୁଲୋଇ ପଞ୍ଚାୟତର ପାଣିଘରା ଠାରୁ ପାଇପ ଯୋଗେ ପାନୀୟ ଜଳ ଅଭିଭକ୍ତ କନ୍ଧମାଳ ଜିଲ୍ଲାର ୫ଟି ବ୍ଲକ ଯଥା ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା, ଚକାପାଦ ଓ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ସମସ୍ତ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବାର ପ୍ରସ୍ତାବ ରହିଛି । ୭୩୦କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପ୍ରକଳ୍ପ ଟି କାର୍ଯ୍ୟକାରୀ ହେଉଛି । ଉକ୍ତ ପ୍ରକଳ୍ପ ଟି ଏଲଏଣ୍ଡଟି କମ୍ପାନୀ ପକ୍ଷରୁ ହରଭଙ୍ଗା ଠାରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଠିକାସଂସ୍ଥା ପକ୍ଷରୁ ଲେବର ରୁମ, ଷ୍ଟାଫ କ୍ୱାଟର ଭଳି ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ପାଣିଘରା ମହାନଦୀ ଘାଟରେ ଠିକାସଂସ୍ଥା ପକ୍ଷରୁ ପ୍ରାକ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୈନିକ ଗୋଟିଏ ପରିବାରକୁ ୭୦ ଲିଟର ପିଇବା ପାଣି ମିଳିବ । ଏଥିପାଇଁ ଦୁଇରୁ ତିନୋଟି ବଡ ବଡ ଓଭରହ୍ୟାଡ ଟ୍ୟାଙ୍କ ସହିତ ଟ୍ରିଟମେଣ୍ଟ ପ୍ଲାଣ୍ଟ ମଧ୍ୟ ନିର୍ମାଣ କରାଯିବ।ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହରଭଙ୍ଗା ବ୍ଲକର ୨୨ଟି ପଞ୍ଚାୟତର ୩୬୨ ଟି ରାଜସ୍ବ ଗ୍ରାମ ର ଜନସାଧାରଣ ଉପକୃତ ହେବା ସହ, କନ୍ଧମାଳ ଜିଲ୍ଲା ର ୪ଟି ବ୍ଲକର ଜନସାଧାରଣ ଉପକୃତ ହେବେ । ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ପ୍ରକଳ୍ପ ମଞ୍ଜୁର କରିଥିବାରୁ ଅଞ୍ଚଳ ବାସି ଆନନ୍ଦ ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟରେ ବହୁତ ଶ୍ରମଜୀବୀ କାର୍ଯ୍ୟରେ ନିୟୋଜିତ ହେଇପାରିବେ ବୋଲି ଜଣାପଡିଛି ।