ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କ ପୂଜା

ହାଟଡ଼ିହି, : ହାଟଡିହି ବ୍ଲକ ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କ ପୂଜା ମହା ସମାରୋହରେ ଶେଷ ହୋଇଛି । ହାଟଡିହି, ଅଣା, କାନପୁର, ବଡରମ୍ପାସ, ସୋସୋ, ମୁଗୁପୁର, କାହାଳିଆଗଡିଆ, କୁରାଢ଼ିଘସା ଆଦି ସ୍ଥାନ ମାନଙ୍କରେ ମାଙ୍କ ପୂଜା ମହା ଆଡମ୍ବର ସହକାରେ ଆରମ୍ଭ କରାଯାଇ ସପ୍ତମୀ ପୂଜା ମହାଷ୍ଟମୀ ପୂଜା ଓ ସନ୍ଦି ପୂଜା କରାଯିବା ସହ ମହାନବମୀ ପୂଜା କରାଯିବା ପରେ ଗତକାଲି ଦଶହରା ଅନୁଷ୍ଠିତ ହୋଇଥିଲା । । ହାଟଡିହି ପୂଜା ମଣ୍ଡପରେ ସନ୍ତୋଷ କୁମାର ମଲ୍ଲିକ କର୍ତ୍ତଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ଅଣାଠାରେ ଅନୁଷ୍ଠିତ ପୂଜାରେ ପିତାମ୍ବର ମଲ୍ଲିକ, ପରମେଶ୍ୱର ମଲ୍ଲିକ, ପ୍ରଭାକର ମଲ୍ଲିକ, କନକ ମଲ୍ଲିକ, ସବିତା ମଲ୍ଲିକ, ସ୍ୱଗତିକା ମଲ୍ଲିକ ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ପଣ୍ଡିତ ଉମାକାନ୍ତ ପଣ୍ଡା, ମଙ୍ଗୁଳି ଚରଣ ପଣ୍ଡାଙ୍କ ଦ୍ୱାରା ବେଦମନ୍ତ୍ରରେ ମାଙ୍କ ପୂଜା କରାଯାଇଥିଲା । ମନୋଜ ମଞ୍ଜରୀ ମଲ୍ଲିକ, ହରେକୃଷ୍ଣ ବେହେରା, ବୈଷ୍ଣବ ମଲ୍ଲିକ, ମହେଶ୍ୱର ମଲ୍ଲିକ, ଶୁଭଲକ୍ଷ୍ମୀ ମଲ୍ଲିକ, ମାତୃପ୍ରସାଦ ମଲ୍ଲିକ, ସ୍ୱାଗତ ମଲ୍ଲିକ, ପ୍ରସାଦମଲ୍ଲିକ, ଆଦିତ୍ୟ ମଲ୍ଲିକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି କାହାଳିଆଗଡିଆ ଠାରେ ଅନୁଷ୍ଠିତ ପୂଜାରେ ହରିହର ବେହେରା ଓ ଦିନବନ୍ଧୁ ସାହୁ କର୍ତ୍ତଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ବନମାଳୀ ବେହେରା, ଗୋଲେଖ ବେହେରା, ଶିଶିର ବେହେରା, ଭିକାରୀ ବେହେରା, ଅଲେଖ ବେହେରା, ରତିକାନ୍ତ ବେହେରା, ଉପେନ୍ଦ୍ର ବେହେରା, ହରେକୃଷ୍ଣ ବେହେରା, ମୁରଲୀ ସାହୁ, ସୁଦର୍ଶନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି କୁରାଢ଼ିଘସା ପୂଜାରେ ଶିବପ୍ରସାଦ ବେହେରା, ବାଞ୍ଛାନିଧୀ ବେହେରା, ଗୋଲେଖ ବେହେରା, ଦୈତାରୀ ବେହେରା, ପାଣ୍ଡବ ବେହେରା, ମଣିଭଦ୍ର ବେହେରା, ଦାମୋଦର ବେହେରା, ରାମଚନ୍ଦ୍ର ବେହେରା, ମହେନ୍ଦ୍ର ବେହେରା, ଆନନ୍ଦ ବେହେରା, ନରହରି ବେହେରା, ରତ୍ନାକର ବେହେରା, ମାୟାଧର ବେହେରା, କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି କାହାଳିଆଗଡିଆ ଛକରେ ବୃନ୍ଦାବନ ବେହେରା ଓ ସନାତନ ବେହେରାଙ୍କ ସଂଯୋଜନାରେ ମା ଦୁର୍ଗତୀ ନାଶିନୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ