ବିଭିନ୍ନ ସ୍ଥାନରେ ସିପିଆଇ ପକ୍ଷରୁ ମଇ ଦିବସ ପାଳିତ

ବନ୍ତ,୧/୫(ଯୁଗାବ୍ଦ ନ୍ୟୁଜ) : ବୁଧବାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ତଥା ମଇ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସିପିଆଇ ବନ୍ତ ଜୋନ୍ ଶାଖା କାର୍ଯ୍ୟାଳୟରେ ଅବସରପ୍ରାପ୍ତ କାରାପ୍ରଶାସକ ସାଥୀ ବାବାଜି ଚରଣ ଜେନା ଲାଲ ପତାକା ଉତ୍ତୋଳନ କରିଥିଲେ । ପରେ ଶତାଧିକ ସାଥୀ ସମର୍ଥକ ହାତରେ ଲାଲ ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ବନ୍ତ ବଜାର ପରିକ୍ରମା କରିଥିଲେ । ପରେ ବନ୍ତ ବଜାର ଠାରେ ଆୟୋଜିତ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସିପିଆଇ ନେତା ଫକୀର ଚରଣ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ସାଥୀ ବାବାଜି ଚରଣ ଜେନା ଓ ଭରତ ସେନାପତି ବୈପବ୍ଲିକ ସଂଗୀତ ଗାନ କରିଥିଲେ । ଉକ୍ତ ସଭାରେ ସିପିଆଇ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ସହ ସଂପାଦକ ପରମେଶ୍ୱର ବାରିକ, ସମିତି ସଭ୍ୟ ରତିକାନ୍ତ ଜେନା, ମହିଳା ନେତ୍ରୀ ଅହଲ୍ୟା ମହାକୁଡ, ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ପ୍ରାକ୍ତନ ସରପଞ୍ଚ ଅଭିମନ୍ୟୁ ଜେନା, ଆନନ୍ଦ ଜେନା ପ୍ରମୁଖ ମଇ ଦିବସ ପାଳନର ତାପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ କିଶୋର ବିଶ୍ୱାଳ, ଅଭିମନ୍ୟୁ ଜେନା, ପର୍ଶୁରାମ ସ୍ୱାଇଁ, ନିରଂଜନ ନାୟକ, ପୀତବାସ ସେଠୀ, ପଦ୍ମନାଭ ସ୍ୱାଇଁ, କାଶିନାଥ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ରାମଚନ୍ଦ୍ରପୁର ପଞ୍ଚାୟତର ପାନପଦୀ ଠାରେ ବରିଷ୍ଠ ସାଥୀ ଶରତ ରାଉତ ପତାକା ଉତ୍ତୋଳନ କରିଥିଲେ । ଏଥିରେ ସିପିଆଇ ଶାଖା ସଂପାଦକ ଜୟନ୍ତ ଜେନା, ରବିନ୍ଦ୍ର ନାୟକ, ମାର୍କଣ୍ଡ ବାରିକ, ଶେଷଦେବ ସାହୁ, ଲକ୍ଷ୍ମୀଧର ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସେଣ୍ଢତୀରା ଠାରେ ସାଥୀ ଫକୀର ଚରଣ ବିଶ୍ୱାଳ, ନିଳୋକ ଠାରେ ସିପିଆଇ ଶାଖା ସଂପାଦକ କିଶୋର ବେହେରା ପତାକା ଉତ୍ତୋଳନ କରିଥିଲେ । ସେହିପରି ବନ୍ତ ବ୍ଲକର ଟିଲୋ, ପୁରୁଷଣ୍ଢ, ଗୋପିନାଥପୁର, କେନ୍ଦୁଆପଦା, ପଧାନପଡା ପଞ୍ଚାୟତରେ ସିପିଆଇ ଓ ଏ.ଆଇ.ଟି.ୟୁ.ସି ପକ୍ଷରୁ ମିଳିତ ଭାବେ ମଇ ଦିବସ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ