ବିଭିନ୍ନ ସ୍ଥାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି/ରାୟଗଡ଼/କାଶୀନଗର, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି । ରାୟଗଡ଼ ବ୍ଲକ ସଦର ମହକୁମା ଠାରେ ରବିବାର ଜଳ ଓ ପରିମଳ ମିଶନ ଆନୁକୁଲ୍ୟରେ ସ୍ଵଚ୍ଛ ଭାରତ ମିଶନର ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଥାନା ଛକ, ଖ୍ରୀଷ୍ଟିୟାନ ସାହି ଛକ, ହନୁମାନ ବଜାର ଛକ, ବାଣୀଶ୍ରୀ ଛକ, ତ୍ରିଦେବ ଛକ ଆଦି ସ୍ଥାନରେ ମୁଖ୍ୟ ରାସ୍ତା ସହ ଉଭୟ ପାର୍ଶ୍ୱରେ ସଫେଇ କରି ଶିବ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କୁ ସଚେତନତା କରାଇଥିଲେ l ଏଥିରେ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ସରପଞ୍ଚ ସୁଷମା ଶବର, ବିପିଏମ ଲତିକା ଦେବି, ଡବ୍ଲୁଇଓ ବିଷ୍ଣୁ ପ୍ରସାଦ ସେଠି, ଭାରପ୍ରାପ୍ତ ଜିପିଓ ସେନାପତି ଶବର, ୱାର୍ଡ଼ ସଭ୍ୟ ରାଜୁ ଆଚାରୀ, କୁରା ପାଇକ ପ୍ରମୁଖ ଉପସ୍ଥିତ ଥିଲେ l ପଦ୍ମଶ୍ରୀ ଯୁବକ ସଂଘ, ବଜରଙ୍ଗୀ ସଂଘ ଏବଂ ରାୟଗଡ଼ର ଯୁବଗୋଷ୍ଟୀ, ଅଙ୍ଗନବାଡ଼ି କର୍ମୀ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ I ଏହି କାର୍ଯ୍ୟକ୍ରମକୁ ପିଇଓ ରାସ ବିହାରୀ ପାତ୍ର ପରିଚାଳନା କରିଥିବା ବେଳେ ବ୍ଲକ କର୍ମଚାରୀ ଅରବିନ୍ଦ ପଣ୍ଡା, ପ୍ରଫୁଲ ନାଗବଂଶ, ସ୍ଵରୁପ କୁମାର ପଟନାୟକ, ଶିବ ଶଙ୍କର ସାସମଲ, ଜଗତ ମୋହନ ପଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ Iସେହିପରି ଗୋଷାଣୀବ୍ଲକ ଲାବଣ୍ୟଗଡ ପଞ୍ଚାଯତ ଅନ୍ତର୍ଗତ ଏସ॰ରାଉତପୁର ଗ୍ରାମାଞ୍ଚଳରେ ମଧ୍ୟ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହ ଏସଏଚଜି ମହିଳା ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇ ସଫେଇ କାର୍ଯକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯକ୍ରମରେ ଗୋଷାଣୀବ୍ଲକ ପ୍ରଶାସନର ବହୁ ପଦାଧିକାରୀ ଉପସ୍ଥିତ ରହିଥିବାର ଜଣାପଡିଛି । ସେହିପରି ଅଜାଦିକା ଅମୃତ ମହୋତ୍ସବ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ତରଫରୁ କାଶୀନଗର ସହରର୧ ନମ୍ବର ୱାର୍ଡରେ ସ୍ଵଚ୍ଛ ମିଶନ ତରଫରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ୱାର୍ଡର ଘର ଘର ବୁଲି ସାହି ବାସିନ୍ଦା ମାନଙ୍କୁ ସ୍ଵଚ୍ଛତା ରକ୍ଷା କରିବା ପାଇଁ ବୁଝାଇଥିଲେ। କାର୍ଯ୍ୟକ୍ରମରେ କାଶୀନଗରଏନ୍ଏସି ଉପାଧ୍ୟକ୍ଷ ରଘୁରାମ ସାହୁ, ଏନ୍ଏସିର ସହକାରୀଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ,ସ୍ଵଚ୍ଛତା ମିଶନର ଜୟ ସେନ୍ ଓ ସମସ୍ତ କର୍ମଚାରୀ ଯୋଗ ଦେଇ ସଫେଇ କରିଥିବାର ଦେଖିବାକୁ ମିଳିଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ