ବିଭିନ୍ନ ସ୍ଥାନ ରେ ଜାତୀୟ ସ୍ୱଚ୍ଛତା ଦିବସ ପାଳିତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ହଲ୍ ଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଶିବିର ଯୁଗ୍ମ ବିଭାଗ ପକ୍ଷରୁ ଜାତୀୟ ସ୍ୱଚ୍ଛତା ଦିବସ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯୋଜନା ଅଧିକାରୀ ଅନିଲ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ୧୦୦ଜଣ ଛାତ୍ର ଛାତ୍ରୀ ମହାବିଦ୍ୟାଳୟ ପରିସରକୁ ସଫେଇ କରିଥିଲେ l ପରିଶେଷରେ ସ୍ୱଚ୍ଛତା ର ଉପକାରିତା ଏବଂ ମାନବ ସମାଜ ପାଇଁ ସ୍ୱଚ୍ଛତା କେତେ ଆବଶ୍ୟକ ସେ ସମ୍ପର୍କ ରେ ଯୋଜନା ଅଧିକାରୀ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ l ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସୋମବାର ଦିନ ଉଦଯାପିତ ହୋଇଯାଇଛି l ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ସେହିପରି ମୋହନା ବନ ବିଭାଗ ପକ୍ଷରୁ ବନ ଅଧିକାରୀ ଲଷ୍ମୀପ୍ରସାଦ ବିଷୋୟୀ ଙ୍କ ତତ୍ୱାବଧାନ ରେ ବନ ବିଭାଗ କର୍ମଚାରୀ ମାନେ ମୋହନା ବଜ଼ାର କୁ ସଫେଇ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବନପାଳ ଦେବାଶିଷ ଶତପଥୀ, ଲଷ୍ମୀନାରାୟଣ ପାତ୍ର, ସନ୍ତୋଷ ପାଣିଗ୍ରାହୀ, ରମାକାନ୍ତ ରଇତ ପ୍ରମୁଖ ଉକ୍ତ ସାମିଲ ହୋଇଥିଲେ ସେଇ ପରି ଚନ୍ଦ୍ରଗିରି ମେଡିକାଲ ପରିଶ୍ୱର ରେ ଡାକ୍ତର ଜୟ ପ୍ରକାଶ ଙ୍କ ତ୍ୱାତାବଦାନ ରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମେଡିକାଲ ପରିଶ୍ୱର କୁ ଝାଡୁ ମାରି ସଫେଇ କରିଥିଲେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟି ବଧିର ବିଦ୍ୟାଳୟ ର ଛାତ୍ର ଛାତ୍ର ସଭାପତି ଦଣ୍ଡାଶୀ ସାହୁ ଙ୍କ ତ୍ୱାତାବଦାନ ଷ୍ଟେଡ଼ ବ୍ୟାଙ୍କ ଓ କୋର୍ଟ ପରିଶ୍ୱର କୁ ସଫେଇ କରି ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନତା କରିଥିଲେ ସେଇ ପରି ଆର ଉଦୟଗିରି ଆଦି ବିଭିନ୍ନ ସ୍ଥାନ ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା