ବିମଳ ତରାଇଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପିତା ତଥା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତନୁପୁର ନିବାସୀ ବିମଳ ଚନ୍ଦ୍ର ତରାଇଙ୍କ ୭୮ବର୍ଷ ବୟସରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ତରାଇ ଦୀର୍ଘଦିନ ଧରି ସ୍ନାୟୁ ଜନିତ ରୋଗରେ ପିଡିତ ଥାଇ ଚିକିତ୍ସିତ ଥିଲେ । ତାଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମର ଶରୀରକୁ ଭୁବନେଶ୍ୱରରୁ ନିଜ ଗ୍ରାମ ତନୁପୁରକୁ ନିଆଯିବା ବେଳେ ବାଲିଆ, ଜମଧର, ଦୁହୁରିଆ, କଲେଜଛକ, ତିନିମୁହାଣୀ ଛକ, ଗରାପୁର ଡାକବଙ୍ଗଳା ଛକ, ବାରୋ, ଗୋଗୁଆ, ମୁଲବସନ୍ତ ପ୍ରଭୃତି ସ୍ଥାନରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗରାପୁର ଡାକବଙ୍ଗଳା ଛକରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ, ପୂର୍ବତନ ପୈାରପାଳ ଧିରେନ ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, , ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ଦେବଦାସ ମହାନ୍ତି, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ କାଉନସିଲର ଉମେଶ ଚନ୍ଦ୍ର ନାୟକ, ବିଜୟ ପତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, କାଉନସିଲର ପ୍ରଭାଶିଷ ପଣ୍ଡା, ଯୁବ ନେତା ସରୋଜକାନ୍ତ ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ୱର୍ଗତ ତରାଇଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ସ୍ୱର୍ଗତ ତରାଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ପ୍ରାକ୍ତନ ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖାଗ୍ନି ଦେଇଥିଲେ ।