ବିମାନବନ୍ଦରରେ କିନ୍ନରମାନଙ୍କ ତରଫରୁ ଅପରାଜିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଦେଶରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଯେଉଁଭଳି ଭାବରେ ବିଭିନ୍ନ ପ୍ରକାର ଆଇନ୍ କାନୁନ୍ ରହିଅଛି, କିନ୍ନରମାନଙ୍କ ପାଇଁ କୌଣସି ଆଇନ୍ ନଥିଲା । କିନ୍ନରମାନଙ୍କ ଦୀର୍ଘ ଦିନର ଦାବି ବିଜେପି ସରକାର ଶୁଣିବା ସହ ଅଗଷ୍ଟ ୫ ତାରିଖରେ କିନ୍ନରମାନଙ୍କ ପାଇଁ ଲୋକସଭାରେ ଟ୍ରାନ୍ସଜେଣ୍ଡର ପର୍ସନ (ପ୍ରୋଟେକ୍ସନ ଅଫ୍ ରାଇଟ୍) ବିଲ୍ ୨୦୧୯ ପାରିତ ହୋଇ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ବଡ଼ ଖୁସିର କଥା ଭୁବନେଶ୍ୱରର ମାନନନୀୟା ସାଂସଦ ଶ୍ରୀମତୀ ଅପରାଜିିତା ଷଡ଼ଙ୍ଗୀ ଲୋକସଭାରେ କିନ୍ନରମାନଙ୍କ ସମ୍ପର୍କରେ ଦୀର୍ଘ ସମୟ କହିବା ସହ କିନ୍ନରମାନଙ୍କର ସମସ୍ୟାର କିପରି ସମାଧାନ ହୋଇପାରିବ ଏବଂ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କିନ୍ନର ଭଉଣୀମାନଙ୍କ ରହିଥିବା ବିଭିନ୍ନ ପ୍ରକାର ସମସ୍ୟା ଉପରେ ଦାବି ଉପସ୍ଥାପନ କରିଥିଲେ । ଖାଲି ସେତିକି ନୁହେଁ ମାନ୍ୟବର ସୁପ୍ରିମକୋର୍ଟ ୨୦୧୪ରେ ଦେଇଥିବା ନିର୍ଦ୍ଦେଶ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗୀମାନଙ୍କ ଉପରେ ମଧ୍ୟ ମାନ୍ୟବର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଥିପାଇଁ ସାର କିନ୍ନର ସମାଜ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନନୀୟା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଉପରେ ଅଜସ୍ର ଆଶୀର୍ବାଦ ପ୍ରଦାନ କରିଛନ୍ତି । ଦିଲ୍ଲୀରୁ ଫେରିବା ପରେ ଆଜି ସନ୍ଧ୍ୟା ୮.୩୦ ମିନିଟ୍ ସମୟରେ ଟିଜି ସୁରକ୍ଷା ଟ୍ରଷ୍ଟର ସଭାନେତ୍ରୀ ମେନକା କିନ୍ନରଙ୍କ ନେତୃତ୍ୱରେ ଶତାଧିକ କିନ୍ନର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ôଚ ହାତରେ ପ୍ରଧାନମନ୍ତ୍ରୀ ଓ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ ସ୍ୱାଗତମ ଫଟୋ ଧରି ଛିଡ଼ା ହୋଇଥିଲେ । ସେଠାରେ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି କିନ୍ନର ଏକତା ଜିନ୍ଦାବାଦ, ଅପରାଜିତା ଷଡ଼ଙ୍ଗୀ ଜିନ୍ଦାବାଦ, ବିଜେପି ସରକାର ଜିନ୍ଦାବାଦ, ଟ୍ରାନ୍ସ ଜେଣ୍ଡର ପ୍ରୋଟେକ୍ସନ ବିଲ୍ ଜିନ୍ଦାବାଦ ଭଳି ସ୍ଲୋଗାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କିନ୍ନର ନେତ୍ରୀ ବବି କିନ୍ନର, ରୀନା କିନ୍ନର, ପାୟଲ କିନ୍ନର, ମମତା କିନ୍ନର, ଜ୍ୟୋତ୍ସ୍ନା କିନ୍ନର, ଶୁଭ କିନ୍ନର, ଯମୁନା କିନ୍ନର ପ୍ରମୁଖ ଉପସ୍ଥିତ ରହିବା ସହ କିନ୍ନର ମହାସଂଘର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ପ୍ରତାପ କୁମାର ସାହୁ ଉପସ୍ଥିତ ରହି ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ କିନ୍ନରମାନଙ୍କ ବହୁ ପ୍ରତିକ୍ଷିତ ବିଲ୍ ସଂସଦରେ ପାରିତ କରିଥିବାରୁ ସାଧୁବାଦ ଜଣାଇଥିଲେ ।


