ବିରାଟକାୟ ଅହିରାଜ ସାପକୁ କାବୁ କରିଲା ବନ ବିଭାଗ
ଭଞ୍ଜନଗର,(ସନ୍ତୋଷ ଜେନା):ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳ ଅନ୍ତର୍ଗତ ଗରୁଡ଼ପଥର ଗ୍ରାମର ରାଜୁ ସେଠୀଙ୍କ ଘର ପାଇଖାନାରୁ ଏକ ବିରାଟକାୟ ଅହିରାଜ ସାପକୁ କାବୁ କରିଛି ବନ ବିଭାଗ। ରାଜୁ ସେଠୀ ନିଜ ପାଇଖାନାକୁ ପରିଶ୍ରା କରିବାକୁ ଯାଇ ବିରାଟକାୟ ଅହିରାଜ ସାପଟିକୁ ଦେଖିଥିଲେ। ଦେଖିବା ପରେ ଭୟଭୀତ ହୋଇ ଘରକୁ ପଳାଇ ଆସିଥିଲେ ଏବଂ ବନ ବିଭାଗକୁ ଯୋଗାଯୋଗ କରିଥିଲେ। ବନପାଳ କଳାବଦନ ଦାଶ, ବନରକ୍ଷୀ ରସାନନ୍ଦ ପ୍ରଧାନ ଏବଂ ଅନ୍ୟାନ୍ୟ କର୍ମଚାରୀ ପପୁ ଗୌଡ଼, ମାନସ ଦଳବରା, କାର୍ତ୍ତିକ ସାହୁ , ସୁନିଲ କୁମାର ପ୍ରଧାନଙ୍କ ଦ୍ଵାରା ଏକ ଦଳ ସେଠାରେ ପହଞ୍ଚି ଅହିରାଜ ସାପଟିକୁ କାବୁ କରିଥିଲେ। ବିରାଟକାୟ ଅହିରାଜ ସାପଟିକୁ କାବୁ କରି ନିକଟସ୍ଥ ଚନ୍ଦ୍ରଗିରି ଜଙ୍ଗଲରେ ଛଡ଼ା ଯାଇଥିଲା। ବନ ବିଭାଗ କର୍ମଚାରୀଙ୍କ କହିବା ଅନୁସାରେ ଅହିରାଜ ସାପଟି ୧୦ଫୁଟ ଲମ୍ବା ହୋଇଥିବା ଜଣା ପଡିଛି।