ବିରୂପା ନଦୀରୁ କୁମ୍ଭୀରର ମୃତଦେହ ଉଦ୍ଧାର କଲା ବନ ବିଭାଗ
ଚୌଦ୍ଵାର, (ଦୀପକ୍ କୁମାର ବେଉରା):ବିରୂପା ନଦୀ ରୁ ଏକ ମୃତ କୁମ୍ଭୀର ଦେଖିବାକୁ ମିଳିଥିଲା । ଏହି କୁମ୍ଭୀର ଦେଖିବା ପରେ ପାଖ ଗ୍ରାମର ଲୋକମାନେ ଚୌଦ୍ଵାର ବନ ବିଭାଗ କୁ ଖବର ଦେଇଥିଲେ । ପରେ ଚୌଦ୍ଵାର ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ କୁମ୍ଭୀର କୁ ଉଦ୍ଧାର କରିଥିଲେ। ଏହି କୁମ୍ଭୀରଟି ଥଣ୍ଟିଆ କୁମ୍ଭୀର ପ୍ରଜାତିର । କୁମ୍ଭୀର ଟି ପ୍ରାୟ ୫ ଫୁଟ ଲମ୍ବ ହୋଇଥିବାବେଳେ ୪ ବର୍ଷର ମାଇ କୁମ୍ଭୀର ବୋଲି ବନ ବିଭାଗ କର୍ମଚାରୀ ପୂର୍ଣଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ମୃତ କୁମ୍ଭୀରଟି କୁ ଶବବ୍ୟବଛେଦ ନିମନ୍ତେ ନନ୍ଦନକାନନ ପଠାଯାଇଛି।