ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଦୋକାନ ପୋଡି ପାଉଁଶ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ତହସିଲ ଅଧିନ ଜାମୁଗାଁ ପଂଚାୟତସ୍ଥିତ ସରକାରୀ ପଲିଟେକନିକ୍ କଲେଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଥିବା ୨ଟି ଦୋକାନ ଗୃହ ପୋଡି ପାଉଁଶ ହୋଇଯାଇଛି । କେହି ଦୁବୃର୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକାରୀ ବିପିନ କୁମାର ଦାସ ଓ ଦିପ୍ତିରଂଜନ ଦାସଙ୍କ ଅଭିଯୋଗ ମୁତାବକ ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ସେମାନଙ୍କ ଦୋକାନରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଦେଖି ସେମାନଙ୍କୁ ଫୋନ ଯୋଗେ ଡାକିଥିଲେ । ଘଟଣାସ୍ଥଳରେ ପହଂଚିବା ବେଳକୁ ୨ଟି ଦୋକାନ ଗୃହ ଜଳୁଥିଲା । ଖବର ପାଇ ନାଉଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ବେଳକୁ ସବୁ ଜଳି ପାଉଁଶ ହୋଇଯାଇଥିଲା । ବିପିନଙ୍କର ଜଳଖିଆ ଦୋକାନ ହୋଇଥିବା ବେଳେ ଦିପ୍ତିରଂଜନଙ୍କର ଭେରାଇଟ ଷ୍ଟୋର ରହିଥିଲା । ଦୋକାନ ଜଳିଯିବା ଫଳରେ ଉଭୟଙ୍କର ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ଦୁହିଁଙ୍କର ଆର୍ଥିକସ୍ଥିତି ଦୁର୍ବଳ ଥିବା ବେଳେ ଦୁହେଁ ବ୍ୟାଙ୍କରୁ ଋଣ ଆଣି ଦୋକାନ କରିଥିଲେ । ଏହା ସହିତ ବିପିନ ଶୁକ୍ରବାର ସୁନା ବନ୍ଧକ ରଖି ୩୦ହଜାର ଟଙ୍କା ରୁଣ ଆଣି ଦେକାନରେ ରଖିଥିବା ବେଳେ ଟଙ୍କା ମଧ୍ୟ ପୋଡି ପାଉଁଶ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ନାଉଗାଁ ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରହିଛି । ଅଗ୍ନକାଣ୍ଡ ପଛରେ କାରଣ କ’ଣ ରହିଛି ତାହା ପୁଲିସ୍ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ