ବିଶିଷ୍ଟ କମ୍ୟୁନିଷ୍ଟ ନେତା କମ୍ରେଡ଼ କ୍ଷିତୀଶ ବିଶ୍ୱାଳ ଆ.ସି.ୟୁ.ରେ ଚିକିତ୍ସିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶାରେ ସି.ପି.ଆଇ. ଲିବରେସନ ଅନ୍ୟତମ ପ୍ରତିଷ୍ଠାତା, ବିଶିଷ୍ଟ କମ୍ୟୁନିଷ୍ଟ ନେତା ସାଥୀ କ୍ଷିତୀଶ ବିଶ୍ୱାଳ ବୟସାଧିକ ସଂକ୍ରମଣ ଜନିତ କାରଣରୁ କ୍ୟାପିଟାଲ ହସ୍ପିଟାଲର ଆଇ.ସି.ୟୁ.ରେ ଚିକିତ୍ସିତ ହେଉଛନ୍ତି । ସେ ଏକାଧାରରେ ଜଣେ ନିଷ୍ଠାପର, ସଂଗ୍ରାମୀ, କୃଷକନେତା ଓ ଚିଲିକା ଆନ୍ଦୋଳନର ଅଗ୍ରଗଣ୍ୟ ନେତା ଭାବେ ସମସ୍ତଙ୍କର ଅତି ଆପଣାର ମଣିଷ । ଆଜି ୯୦ ବର୍ଷ ବୟସରେ ବି ସାଧାରଣ ମଣିଷର ଭଲମନ୍ଦ ଜାଣିବା ଓ ଆନ୍ଦୋଳନ କରିବାକୁ ଆମ୍ଭମାନଙ୍କୁ ପ୍ରୋତ୍ସାହିତ କରି ଆସୁଛନ୍ତି । ଗତ ୧୫ ତାରିଖ ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି ହୋଇ ଆଜି ବିଶେଷ ଚିକିତ୍ସା ନିମନ୍ତେ ଆଇ.ସି.ୟୁ.କୁ ସ୍ଥାନାନ୍ତରିତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲର ଡ଼ାକ୍ତରମାନଙ୍କ ନିଷ୍ଠାପର ଚିକିତ୍ସା ଯୋଗୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଧୀରେ ଧୀରେ ସୁଧାର ଆସୁଛି । ତାଙ୍କୁ ଦେଖା କରିବାକୁ ଆସୁଥିବା ସମସ୍ତ ଶୁଭେଚ୍ଛୁ ଓ ବନ୍ଧୁମାନଙ୍କୁ ଆମମେ ଧନ୍ୟବାଦ ଜଣାଉଛୁ ।