ବିଶିଷ୍ଟ କର୍ମକାଣ୍ଡବିତଙ୍କ ହୃଦଘାତରେ ପରଲୋକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ କର୍ମକାଣ୍ଡବିତ ତଥା ଦୈନିକ ସକାଳର ଜିଲ୍ଲା ପ୍ରତିନିଧି ଦେବଦତ୍ତ ଦାଶଙ୍କ ପିଇସା ଚିନ୍ତାମଣି ଶତପଥୀଙ୍କର ୮୨ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଶତପଥୀ ୨୫ବର୍ଷ ବୟସରୁ କର୍ମକାଣ୍ଡ କରି ଖ୍ୟାତି ଅର୍ଜ୍ଜନ କରିଥିଲେ । ତାଙ୍କ ପୈତୃକ ଗ୍ରାମ ଅନୋଳିପାଟଣା ହଂସୁରାରେ ରହି ଆସୁଥିଲେ । ସେ ଜଣେ ପରୋପକାରୀ, ସ୍ନେହ ବତ୍ସଳ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ବିଚିତ୍ର, ସଚିତ୍ର, ଝିଅ ଅନୁ, ଅଞ୍ଜୁଳି ଓ ପୁତୁରା ଦେବଦତ୍ତଙ୍କ ସମେତ ନାତିମାନେ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ବିଚିତ୍ର ମୁଖାଗ୍ନି ଦେଇଥିଲେ ।