ବିଶିଷ୍ଟ ସମବାୟବୀତ ପଦ୍ମଚରଣ ନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ବିଶିଷ୍ଟ ସମବାୟବିତ ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ପଦ୍ମ ଚରଣ ନାୟକଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକୀ ପାଳନ ନିମନ୍ତେ ସ୍ଥାନୀୟ ଗୁଲନଗର ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ନଭେମ୍ବର ୧୧ତାରିଖରେ କୋଭିଡ କଟକଣା ମଧ୍ୟରେ ସ୍ୱର୍ଗତ ନାୟକଙ୍କ ଶ୍ରାଦ୍ଧଉତ୍ସବ ଅନୁଷ୍ଠିତ ହୋଇ ବିଧି ମୁତାବକ ପାଳନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ସେବାନିବୃତ୍ତ ଶିକ୍ଷକ ଭରତ ଚନ୍ଦ୍ର ସାହୁ, ରବୀନ୍ଦ୍ର ନାଥ ରଥ, ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂ, ଶ୍ରମିକନେତା ମୁକ୍ତାର ଖାଁ, ନଳିନୀକାନ୍ତ ପୃଷ୍ଟି, ଶରତ କୁମାର ବେହେରା, ଉପେନ୍ଦ୍ର ନାଥ କର, କୁଳମଣୀ ନାୟକ, ଗୁଲନଗର ସରପଞ୍ଚ ପୀତବାସ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରମଣୀ ନାୟକ, ଗଗନ ବିହାରୀ ବେହେରା, ଅର୍ବାନ ବ୍ୟାଙ୍କର ବରିଷ୍ଠ ପଦାଧିକାରୀ ସୁଶିଲ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ