ବିଶ୍ବକର୍ମା ବଢେଇ କୁଳ ସୁତାର ମହାପାତ୍ର ବଂଶର ବାର୍ଷିକ ସମ୍ମିଳନୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଦକ୍ଷିଣ ଓଡିଶା ବିଶ୍ବକର୍ମା ବଢେଇ କୁଳ ସୁତାର ମହାପାତ୍ର ବଂଶର ବାର୍ଷିକ ମିଳନ ଉତ୍ସବ ବଂଶ ଈଷ୍ଟଦେବୀ ମା ରାମଚଣ୍ଡି ପୀଠରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ବଂଶର ସ୍ଥାୟୀ ସଭାପତି ଶରତ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ସଂପାଦକ ଉଦୟ ନାରାୟଣ ମହାରଣା ବଂଶର ବିବରଣୀ ପ୍ରଦାନ କରିଥିଲେ।ଉପସଭାପତି କ୍ୟାପଟନ ଶ୍ରୀନିବାସ ମହାରଣା ସ୍ବାଗତ ଭାଷଣଦଇ ବଂଶ ଭାଇ ମାନଙ୍କ ମଧ୍ୟରେ ଏକତା ଉପରେ ଆହ୍ବାନ ଦେଇଥିଲେ।କୋଷାଧ୍ୟକ୍ଷ ତାରିଣୀ ମହାରଣା ବଂଶର ଆୟ ବ୍ୟୟ ହିସାବ ବିବରଣୀ ପ୍ରଦାନ କରିଥିଲେ ଏବଂ ତାହା ଗୃହିତ ହୋଇଥିଲା।ଏହି ଅବସରରେ ୨୦୨୨-୨୩ ବର୍ଷର ମାଟ୍ରିକ ପରୀକ୍ଷାରେ ୭୦% ରୁ ଅଧିକ ନମ୍ବର ରଖିଥିବା ବଂଶର ପୁତ୍ର କନ୍ୟାଙ୍କୁ ମାନପତ୍ର ସହ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। ବଂଶର ୨୦୨୪ ର ବଂଶ ପୁସ୍ତିକା ଜନ ସ୍ବାସ୍ଥ୍ୟ ବିଭାଗର ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିଶ୍ବନାଥ ମହାରଣା(ଭୁବନେଶ୍ବର) ଏବଂ ବର୍ତ୍ତମାନ କାର୍ଯ୍ୟରତ ରକ୍ଷା ବିଭାଗର ସହ-ନିର୍ଦ୍ଦେଶକ ନୀଳମାଧବ ମହାରଣା( ସୁନାବେଡା)ମିଳିତ ଭାବେ ଉନ୍ମୋଚନ କରିଥିଲେ ଏବଂ ୨୦୨୪ ନୂତନ ବର୍ଷର କ୍ୟାଲେଣ୍ଡର ଲୋକାର୍ପଣ ହୋଇଥିଲା। ଉପସ୍ଥିତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ମାନଙ୍କ ସହ ଅନ୍ୟମାନେ ବଂଶ ମଧ୍ୟରେ ବାଧ୍ୟତା ମୂଳକ ଶିକ୍ଷା ବ୍ୟବସ୍ଥା,ଯୌତୁକ ବିହୀନ ବିବାହ,ସରକାରଙ୍କ ଦ୍ବାରା ପ୍ରାୟୋଜିତ ବିଭିନ୍ନ ଯୋଜନାର ଉପଲବ୍ଧ,ଗରୀବ ଅସହାୟଙ୍କୁ ସାମୁହିକ ସାହାଯ୍ୟ ପ୍ରଭୃତି ବିଷୟ ଉପରେ ଆଲୋଚନା କରିଥିଲେ। ଏହି ସମାବେଶରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବଂଶର ପ୍ରାୟ ଚାରିଶହ ପୁରୁଷ ଓ ମହିଳା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ