ବିଶ୍ବବ୍ୟାଙ୍କ ପ୍ରତିନିଧିଙ୍କ ଦୁଇ ଦିନିଆ କୋରାପୁଟ ଗସ୍ତ
କୋରାପୁଟ,(ହେମନ୍ତ ପାଣଗ୍ରାହୀ):ବିଶ୍ବବ୍ୟାଙ୍କ ପ୍ରତିନିଧି ଦଳ ଦୁଇ ଦିନିଆ କୋରାପୁଟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶନ କରିଥିବା ଜଣାପଡ଼ିଛି। ବିଶ୍ବବ୍ୟାଙ୍କ ପ୍ରତିନିଧି ଡ. ଏ. ନଟରାଜନ, ଭୂସମ୍ବଲ ବୈଜ୍ଞାନିକ ଡ. ଏସ. ବନ୍ଦୋପାଧ୍ୟାୟ ଓ ମୁର୍ତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଡ. ଦୟାନିଧି ବାଗ ପ୍ରମୁଖ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପବଲିଗୁଡା ଠାରେ ବିଶ୍ବବ୍ୟାଙ୍କ ସହାୟତାରେ ବୈଜ୍ଞାନିକ ପଦ୍ଧତିରେ ଜଳ ବିଭାଜିକା କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ପ୍ରାକୃତିକ ସମ୍ବଳ ପରିଚାଳନା ସଂପର୍କରେ ଚାଷୀ ମାନଙ୍କ ଆଲୋଚନା କରିଥିଲେ। ଭାରତୀୟ କୃଷି ଗବେଷଣା ସଂସ୍ଥା କରାଯାଇଥିବା ମୂର୍ତ୍ତିକା ପ୍ରୋଫାଇଲ ଷ୍ଟଡି ଉପରେ ପର୍ଯ୍ୟବେଶିତ ମୂର୍ତ୍ତିକା ଓ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ମଧ୍ଯ ପରିଦର୍ଶନ କରିଥିଲେ।