ବିଶ୍ବ ନୌବାଣିଜ୍ୟ ଦିବସ ପାଳିତ
ପାରାଦୀପ, (ପିତବାସ ପ୍ରଧାନ): ପାରାଦୀପ ବନ୍ଦର ପ୍ରଶାସନ ତରଫରୁ ବିଶ୍ବ ନୌବାଣିଜ୍ୟ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବନ୍ଦରର ଉପ ସଂରକ୍ଷକ କ୍ୟାପଟେନ ଏ କେ ମହାପାତ୍ର ନୌବାଣିଜ୍ୟ ପତାକା ଉତ୍ତୋଳନ କରିଥିେଲେ। କେବଳ ମେରାଇନର ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାରାଦୀପ ବନ୍ଦର ପ୍ରଶାସନ ତରଫରୁ ପ୍ରତ୍ୟେକ ବର୍ଷ ଆଡମ୍ବର ସହ ଏହି ଦିବସ ପାଳନ କରାଯାଇ ଥାଏ। ଚଳିତବର୍ଷ କୋଭିଡ୍ କଟକଣାକୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ କରାଯାଇ ଥିବା ଶ୍ରୀ ମହାପାତ୍ର କହିଥିଲେ।